ନୂତନ ଅଧ୍ୟକ୍ଷ ରୂପେ ପ୍ରାଧ୍ୟାପକ ହରପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ଡିଗ୍ରୀ କଲେଜର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତାଙ୍କ ଠାରୁ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ସୋମବାର ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆସିକା ବିଜ୍ଞାନ ଡିଗ୍ରୀ କଲେଜର ନବନିଯୁକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ପୂର୍ବରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ରୂପେ ରହି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ନଜିର୍‍ ରହିଛି । ଆସିକା ବିଜ୍ଞାନ ଡିଗ୍ରୀ କଲେଜର ନୂତନ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରାଧ୍ୟାପକ ହରପ୍ରସାଦ ଶତପଥୀଙ୍କୁ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତା, ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ବିଘ୍ନରାଜ ପାଢୀ, ଅଧ୍ୟାପକ ଡଃ ଜିନିତ୍‍ ସବା, ଅଧ୍ୟାପକ ସାଲ୍‍ କୁମାର ସ୍ୱାମୀ, ଅଧ୍ୟାପିକା ପଦ୍ମା ମଲିକ, ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପକ ସାରଥୀ ଗମାଙ୍ଗୋ, ଅଧ୍ୟାପକ ଗୌତମ ମାଝୀ, ଅଧ୍ୟାପକ ଓମ୍‍ ସରାବ୍‍, ଅଧ୍ୟାପିକା ମିନତୀ ବେହେରା, ଅଧ୍ୟାପିକା ଇ.ରେଶମା ପାତ୍ର, ଅଧ୍ୟାପକ ଚିତ୍ରସେନ ବେହେରା, ଅଧ୍ୟାପିକା ରଶ୍ମିପ୍ରିୟା କାଲୁ, ଅଧ୍ୟାପକ ଶୁଭେନ୍ଦୁ କୁମାର ରଥ, ଅଧ୍ୟାପକ ଦୟାନିଧି ବଡରଇତ, ଅଧ୍ୟାପକ ଡଃ ଅଜିତ୍‍ କୁମାର ମୁନି, ଅଧ୍ୟାପକ ସପନିତ୍‍ ପ୍ରଧାନ, ଅଧ୍ୟାପକ ଦେବାଶିଷ୍‍ ସାହୁ, ଅଧ୍ୟାପକ ଅଶୋକ କୁମାର ସାହୁ, ଅଧ୍ୟାପକ ସାରଥୀ ଗମାଙ୍ଗୋ, ଅଧ୍ୟାପିକା କୁନିକା ଦାଶ, ଅଧ୍ୟାପକ ବିଭୂକଲ୍ୟାଣ ପଣ୍ଡା, ଅଧ୍ୟାପକ ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ଡେମୋନ୍‍ଷ୍ଟେଟର୍‍ ସନାତନ ପାଢୀ ଓ କୃଷ୍ଣଚନ୍ଦ୍ର ପାତ୍ର, କର୍ମଚାରୀ ଶତୃଘ୍ନ ଗୌଡ, ଚିଟୁ ବେହେରା, ଅମିତ୍‍ କୁମାର ପୋଲାଇ, ରାହୁଳ ପାତ୍ର, ପିଙ୍କୁ ବିଷୋୟୀ, ମାନସ ରଂଜନ ଗୌଡ, ସନ୍ତୋଷ କୁମାର ମିଶ୍ର, ଗଣେଶ ବାହାଦୁର୍‍ ଗୁରୁମ୍‍, ସନ୍ତୋଷ କୁମାର ଲେଙ୍କା, ଜିତେନ୍ଦ୍ର କୁମାର ସାହୁ, ନିବେଦିତା ନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରବୀଣ କୁମାର ସ୍ୱାଇଁ, ରାଧାକ୍ରିଷ୍ଣା ସ୍ୱାଇଁ, ବନ୍ଦି ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶୈକ୍ଷିକ କର୍ମଚାରୀ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ଆସିକା ବିଜ୍ଞାନ ଡିଗ୍ରୀ କଲେଜର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ଏହି ପୁରାତନ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମୀର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଯଥାସାଧ୍ୟ ପ୍ରୟାସ କରିବି ବୋଲି ସୂଚନା ଦେବା ସହ ଏହି ମହାବିଦ୍ୟାଳୟକୁ ରାଜ୍ୟର ଏକ ଆଦର୍ଶ ତଥା ଅଗ୍ରଣୀ ଶିକ୍ଷାନୁଷ୍ଟାନରେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ