ବହୁ ପୁରାତନ ପୁଜା ମଣ୍ଡପରେ ବାବା ଗଜାନନ

ଧାମନଗର(ସନ୍ତୋଷ କୁମାର ପ୍ରଧାନ)ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତରଗତ ଗଢ଼ିଆଳି ପଞ୍ଚାୟତ ସୁବାନପୁର ଗ୍ରାମରେ ବହୁ ପୁରାତନ କାଳରୁ ଗଢିଉଠିଥିବା ପୂଜା କମିଟିର ବାବା ଗଜାନନଙ୍କ ପୂଜାର୍ଚ୍ଚନା ବହୁ ବିଡମ୍ବନାର ସହିତ ହୁଇଛି। ଏହି ପୂଜା କମିଟିର ମୁଖ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ସରକାର ଙ୍କ କରୁନା କଟକଣା ନିୟମ ମାନି ବିଧିବଦ୍ଧ ଭାବେ ପୁଜା କାର୍ଯ୍ୟ ଆରମ୍ଭ ହୁଇଛି ।ଏହି ପୂଜା ତିନିଦିନ ଧରି ହୁଇବ ଏବଂ ତାହାପରେ ବିସର୍ଜନ ହେବ। ସରକାରଙ୍କ ନିୟମମାନି ମଣ୍ଡପ ବିନା ସାଉଣ୍ଟରେ ନିରବ ଦୃଶ୍ୟମାନ ହୁଇଥିଲା।ଏବଂ କରୁନା ପାଇଁ ପୁଜା ମଣ୍ଡପରେ ନିୟମ ଅନୁଯାୟୀ ହାତଗଣତି ଭକ୍ତଙ୍କୁ ନେଇ ପୂଜାର୍ଚ୍ଚନା ହୁଇଥିଲା ।ପୂଜା କମିଟିର ସଦସ୍ୟ ଅଲେଖ ଜେନା, ସୁବାଷ ପ୍ରଧାନ, ରଞ୍ଜିତ ପ୍ରଧାନ, ଆନନ୍ଦ ଜେନା, ଖଗେଶ୍ୱର ପ୍ରଧାନ,ନିର୍ମଳ ପ୍ରଧାନ, ରତିକାନ୍ତ ପ୍ରଧାନ, ସତ୍ୟପ୍ରକାଶ ପ୍ରଧାନ, ଚନ୍ଦନ ପ୍ରଧାନ, ସୁବ୍ରଜିତ ପ୍ରଧାନ, ପର୍ଶୁରାମ ପ୍ରଧାନ, ଅଯୟ ପ୍ରଧାନ,ପ୍ରଭାତ ଜେନା,ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ