୨ ବେଆଇନ ବାଲି ବୋଝେଇ ଟ୍ରାକ୍ଟର, ଗୋଟିଏ ହାଇୱା ଜବତ
ବନ୍ତ, (ଚାନ୍ଦିନୀ ମହାନ୍ତି): ଶନିବାର ବନ୍ତ ପୋଲିସ ପକ୍ଷରୁ ପାଟ୍ରୋଲିଂ ଏବଂ ଏନଫୋର୍ସମେଣ୍ଟ ଡ୍ୟୁଟି ସମୟରେ ବିନା ବୈଧ ଟ୍ରାଞ୍ଜିଟ୍ ପାସରେ ବାଲି ପରିବହନ କରୁଥିବା ଦୁଇଟି ଟ୍ରାକ୍ଟରକୁ ଜବତ କରିଥିବା ଜଣାଯାଇଛି। ପ୍ରଥମ ଟ୍ରାକ୍ଟରଟି ଆପଣ୍ଡା ପାର୍ଶ୍ୱରୁ ଛୟାଳସିଂ ଅଭିମୁଖେ ଯାଉଥିବା ବେଳେ କେନାଲ ଛକ ନିକଟରେ ଏବଂ ଦ୍ୱିତୀୟ ଟ୍ରାକ୍ଟରଟି କେନ୍ଦୁଆପଦା ପାର୍ଶ୍ୱରୁ ବନ୍ତ ଅଭିମୁଖେ ଯାଉଥିବା ବେଳେ ଭାରତ ପେଟ୍ରୋଲିୟମ୍ ପମ୍ପ ନିକଟରେ ଜବତ ହୋଇଥିଲା । ଯାଞ୍ଚ ପରେ ଉଭୟ ଟ୍ରାକ୍ଟରରେ ବାଲି ବୋଝେଇ ହୋଇଥିବା ଏବଂ ସମ୍ପୃକ୍ତ ଡ୍ରାଇଭର ମାନେ ବାଲି ପରିବହନ ପାଇଁ ବୈଧ ଟ୍ରାଞ୍ଜିଟ୍ ପାସ୍ ଦେଖାଇ ନଥିଲେ। ଏନେଇ ଥାନାରେ ୨୯୧/୨୬ ଏବଂ ୨୯୨/୨୬ରେ ଦୁଇ ମାମଲା ରୁଜୁ ହୋଇଛି। ସେହିପରି ରବିବାର ନିଳୋକ ରାସ୍ତାରେ ଓଡି-୨୨-ଏଇ-୫୬୨୭ ନମ୍ବର ବିଶିଷ୍ଟ ଏକ ବେଆଇନ ବାଲି ବୋଝେଇ ହାଇୱା ଗାଡିକୁ ପୋଲିସ ଜବତ କରିଛି। ଯାଞ୍ଚ ସମୟରେ ଗାଡ଼ିଟି ବୈଧ ପରିବହନ ଅନୁମତି ବିନା ବାଲି ବୋଝେଇ କରି ଆସୁଥିବା ଜଣାପଡିଥିଲା। ଏନେଇ ଥାନାରେ ୧୯୩/୨୬ରେ ମାମଲା ରୁଜୁ ହୋଇଛି।


