କୂଅରେ ବୁଡି ବ୍ୟକ୍ତିଙ୍କ ମୁତ୍ୟୁ
ଶେରଗଡ଼, (ବିଭୁ ପ୍ରସାଦ ଦାସ ):ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ର ଭଗବାନ ପୋଲାଇ(୪୫) ନାମକ ବ୍ୟକ୍ତି ଗତ ୯ ତାରିଖ ମଧ୍ୟ ରାତ୍ର ରୁ ନିଖୋଜ ଥିଲେ ବୋଲି ପରିବାର ପକ୍ଷରୁ ମୁତ୍ୟୁ ବ୍ୟକ୍ତି ଙ୍କ ସ୍ତ୍ରୀ ବିଦେଶିନୀ ପୋଲାଇ କାଲି ସନ୍ଧ୍ୟା ରେ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ ଆଜି ସକାଳ ଭୋର ୫.୩୦ ମିନେଟ ରେ ଗ୍ରାମ ର ଜଣେ ମହିଳା କୂଅ ରୁ ପାଣି ଆଣିବା ପାଇଁ ଯାଇଥିଲେ। ହାଟାତ ଏକ ବ୍ୟକ୍ତି କୂଅ ମଧ୍ୟରେ ଭାଷୁ ଥିବାର ଦେଖିବାକୁ ପାଇ ସାହି ପଡ଼ୋଶୀ ଙ୍କୁ ଜଣାଇ ଥିଲେ। କୂଅ ବୁଡ଼ି ମୃତ ବ୍ୟକ୍ତି ଭଗବାନ ପୋଲାଇ ବୋଲି ଜଣା ପଡିଥିଲା ଗ୍ରାମ ର କିଛି ଭଦ୍ର ବ୍ୟକ୍ତି ହିଞ୍ଜିଳି ଥାନା କୁ ଜଣାଇ ଥିଲେ ହିଞ୍ଜିଳି ଅଗ୍ନୀ ଶ୍ରମ ଅଧିକାରୀ ମାନେ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଵ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠେଇଥିବା ଜଣା ପଡ଼ିଛି l