ଭଞ୍ଜନଗର ରେ ବିଜେଡିର ଜିଲ୍ଲା ପରିବର୍ଦ୍ଧିତ କାଯ୍ୟକାରିଣୀ ବୈଠକ
ଭଞ୍ଜନଗର,(ସନ୍ତୋଷ ଜେନା ): ଭଞ୍ଜନଗର ସ୍ଥିତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ପଡିଆରେ ବୁଧବାର ଗଂଜାମ ଜିଲ୍ଲା ବିଜେଡି ର ପରିବର୍ଦ୍ଧିତ କାଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ଜିଲ୍ଲା ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାଯ୍ୟ କ୍ରମରେ ଜିଲ୍ଲା ପଯ୍ୟବେକ୍ଷକ ତଥା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଦେବୀ ପ୍ରସାଦ ମିଶ୍ର,ସାନଖେମୁଣ୍ଡି ସ୍ୱତନ୍ତ୍ର ପଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା ଙ୍କ ସମେତ ଗଂଜାମ ଜିଲ୍ଲାର ୧୦ ଜଣ ବିଧାୟକ ବିଧାୟିକା,୩ଜଣ ସାଂସଦ, ପୂର୍ବତନ ବିଧାୟକ ଓ ଏମପି,୬୪ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,ଜିଲ୍ଲା କାଯ୍ୟକାରିଣୀ ସଦସ୍ୟ,ବିଜୁ ଜନତା ଦଳର ମହିଳା,ଯୁବ ଓ ଛାତ୍ର ସମେତ ଛାମୁଆ ସଙ୍ଘଠନର ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ କୁ ଆଖି ଆଗରେ ରଖି ଦଳୀୟ ରଣନୀତି ନେଇ ଆଲୋଚନା କରାଯିବା ସହ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା। ଛତ୍ରପୁର ବିଧାୟକ ସୁଭାଷ ବେହେରା ସଭା କାଯ୍ୟ ସଂଯୋଜନା କରିଥିଲେ।


