ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ ହେବେ ମହିଳା ସିଆରପିଏଫ୍‍

ନୂଆଦିଲ୍ଲୀ: ଶରେ ପ୍ରଥମ ଥର ପାଇଁ ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମହିଳା ଯବାନ । ପ୍ରଥମେ ୩୩ ଜଣ ମହିଳା ଯବାନଙ୍କୁ ୧୦ ସପ୍ତାହ ଲାଗି ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ କାର୍ଯ୍ୟରେ ଯୋଗଦାନ ଲାଗି ନିର୍ଦ୍ଦେଶ ଦିଆଯିବ । ଏନେଇ ସବୁଜ ସଂକେତ ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ । ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଆବଶ୍ୟକତା ଅନୁସାରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ