ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ବିଜେପି ପକ୍ଷରୁ ଛତ୍ରପୁର ଚିକିତ୍ସାଳୟରେ ଫଳ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର (ଦେବଦତ୍ତ ମହାରଣା) ; ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଶୁକ୍ରୁବାର ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ କାମନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ପ୍ରଭାରୀ ଡାକ୍ତର ସୁବାଷ ଚନ୍ଦ୍ର ସାହୁ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଗଞ୍ଜାମ ଜିଲ୍ଲା ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ, ବିଜେପି ଜିଲ୍ଲା ସଂପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ଗଞ୍ଜାମ ମଣ୍ଡଳ ସଭାପତି ସୁଦାମ ଜେନା, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ନାହାକ, ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଡି. ସୁରେଶ ରେଡ୍ଡି, ଟାଙ୍ଗଣାପଲ୍ଲୀ ସଭାପତି ବିକ୍ରମ ପାଣିଗ୍ରାହୀ, ରାଜୁ ଦାସ, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଓ ପି. ଧର୍ମାରେଡ୍ଡି, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ଛତ୍ରପୁର ମଣ୍ଡଳ ସଂପାଦକ ଅମରେଶ ମହାରଣା ଓ ପି. ତିରୁପତି ରାଓଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।


