ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଗଣେଶ ମନ୍ଦିର ପରିସରରେ ଶନିବାର ପାଇଲିପଡ଼ା ମୁଠା ଆଞ୍ଚଳିକ ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ସଭାପତି ସୁଦର୍ଶନ ଖୁଣ୍ଟିଆଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା I ଏହି ଅବସରରେ ସଭାପତି ଭାବେ ରାମଚନ୍ଦ୍ର ସାହୁ, ଉପସଭାପତି ଭାବେ ସୂର୍ଯ୍ୟନାରାୟଣ ସାହୁ, ସମ୍ପାଦକ ଭାବେ ଭଜରାମ ସାହୁ,କୋଷାଧ୍ୟକ୍ଷ ଭାବେ ଡମ୍ବରୁଧର ସାହୁ ଏବଂ ବେହେରା ଭାବେ ଗଣେଶ ସାହୁଙ୍କୁ ମନୋନୀତ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ନୂତନ କୋଷାଧ୍ୟକ୍ଷ ଡମ୍ବରୁଧର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜାତି ଭାଇ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I