ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ଦୁଇ ଗେଟ୍
ସମ୍ବଲପୁ : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୨ଟି ଗେଟ୍। ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାର ବାମ ପାର୍ଶ୍ବରେ ୯ ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।ତେବେ ଜଳଭଣ୍ଡାର ଇନଫ୍ଲୋ ବଢିବା ସହ ଜଳସ୍ତର ବଢିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୫୮ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ୨ଲକ୍ଷ ୧୬ହଜାର ୭୯୪ କ୍ୟୁସେକ ଜଳ ଛଡାଯାଉଛି l


