ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ତମ ଜୟନ୍ତୀ ପାଳନ

ବୁଗୁଡ଼ା (ଅନୀଲ କୁମାର ମହାରଣା): ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଭଞ୍ଜନଗର ସାଂଗଠନିକ ଜିଲ୍ଲା ସ୍ତରୀୟ ଏହି ଜୟନ୍ତୀ ସମାରୋହ ବିଜେପି ଭଞ୍ଜନଗର ସାଂଗଠନିକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଗୁରୁଜୀଙ୍କ ୬୫୦ ତମ ଜୟନ୍ତୀ ଉପଲକ୍ଷେ  ସାମାଜିକ ସମନତା ଓ ଭାତୃଭାବ ପ୍ରଚାର ଉଦ୍ଦେଶ୍ୟରେ “ସମରସ ସଂକଳ୍ପ ଅଭିଯାନ” ଓ “କଳସ ବନ୍ଦନ ଅଭିଯାନ” ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବାଇଧର ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, କରଚୁଲି ବ୍ୟାଘ୍ରମ୍ବରି ମଠାଧୀଶ ସତ୍ୟାନନ୍ଦ ଗିରି ମହାରାଜ, ଭଞ୍ଜନଗର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ସୁନିଲ ପାଢ଼ୀ, ସାଧାରଣ ସମ୍ପାଦକ ସିମାଞ୍ଚଳ ସାହୁ, ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିକାଶ ରଞ୍ଜନ ବେହେରା, ଏସସି ମୋର୍ଚ୍ଚା ସମ୍ପାଦକ ଶିବାଜୀ ସେଠୀ ଓ ଏସ ସି ମୋର୍ଚ୍ଚା କୋଷାଧ୍ୟକ୍ଷ ବାବାଜୀ ବେହେରା, ସରପଞ୍ଚ ଦିଲ୍ଲୀପ ପ୍ରଧାନ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ, କରଚୁଲି ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ପ୍ରମୋଦ ରାଉତ, ଶଙ୍କର ନାରାୟଣ ନାୟକ ପ୍ରମୁଖ ବିଜେପି କର୍ମକର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଗୁରୁ ଶ୍ରୀ ରବି ଦାସଙ୍କ ଜୀବନୀ ଓ ସମାନତା ପାଇଁ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। ଗୁରୁଜୀଙ୍କ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥଙ୍କ ସମେତ ଅନୁସୂଚିତ ଜାତି ମୋର୍ଚ୍ଚାର କରଚୁଲି ମଣ୍ଡଳ ସଭାପତି ଶ୍ରୀନିବାସ ନାଇକ, ବୁଗୁଡ଼ା ମଣ୍ଡଳ ସଭାପତି ମିଟୁ ସେଠୀ ଓ ମୁଜାଗଡ ମଣ୍ଡଳ ସଭାପତି ଶ୍ରୀନିବାସ ବେହେରା ଓ ସ୍ଥାନୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ