ଆଜି ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ
ଭୁବନେଶ୍ୱର(ଓ୍ୱାଇଏନ୍ଏସ୍): ଆଜି ପ୍ରକାଶ ପାଇଛି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ । ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ରହିଛି। ୨୦୨୧ ଏପ୍ରିଲ ୯ତାରିଖରେ ଏହି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗତ ଏପ୍ରିଲ ୯ ତାରିଖରେ ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧.୨୫ଲକ୍ଷ ୮୮୦ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ।


