କୁହୁଡ଼ି ଯୋଗୁ ଦୁର୍ଘଟଣା ଗ୍ରସ୍ତ ହେଲା ବାୟୁସେନା ହେଲିକପ୍ଟର , ୨ ପାଇଲଟ ଗୁରୁତର

ନୂଆଦିଲ୍‍ଲ୍ଲୀ: ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ତଳେ ଖସିପଡିଛି । ଏଥିରେ ୨ ଜଣ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପାଟନିଟୋପ୍ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ଖୋଜିବା ଭାରତୀୟ ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ପାଇଲଟ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭତ୍ତି କରିଥିବା ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ