ଶ୍ମଶାନରେ ଆରମ୍ଭ ହେବାକୁ ଥିବା ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କଲେ ବିଭାଗୀୟ ଯନ୍ତ୍ରୀ
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସହରର ବହୁ ପୁରାତନ ଶ୍ମଶାନ ତଥା ରିକାପଲ୍ଲୀ ସ୍ଥିତ ଶ୍ମଶାନ ଗୃହର ଉନ୍ନତୀ ଏବଂ ମୋଡେଲ ଶ୍ମଶାନ କରିବା ଦାବୀ ନେଇ ଗତକାଲି ଛତ୍ରପୁର ସହରର ବହୁ ବୁଦ୍ଧିଜିବି, ଅଂଚଳବାସୀ ଏବଂ ରାଜନେତା ମାନେ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଶ୍ମଶାନ କୁ ସହରର ୮୦ ପ୍ରତିଶତ ଲୋକ ବ୍ୟବହାର କରି ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ଶ୍ମଶାନର ଉନ୍ନତି ନିମନ୍ତେ ଛତ୍ରପୁର ଏନଏସି କୁ ଆସିଥିବା ଅର୍ଥ ରାଶି ମାଧ୍ୟମରେ ଏହାର ଉନ୍ନତୀ କରିବା ନିମନ୍ତେ ସେମାନେ ଡୁଡା ପିଡି ଶ୍ରୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ମଙ୍ଗଳବାର ଡୁଡା ପିଡି ସଚ୍ଚିଦାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନଏସି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଶଡଙ୍ଗୀ ଓ ଏନଏସିର ଏକ ଟିମ୍ ଶ୍ମଶାନରେ ପହଂଚି ଶ୍ମଶାନର ବିଭିନ୍ନ କୋଣ ଅନୁକୋଣକୁ ଅନୁଧ୍ୟାନ କରିବା ସହିତ ଶ୍ମଶାନ ପରିସରରେ କାଠ, ଅସ୍ଥି ଆଦି ଆସବାବ ପତ୍ର ରଖିବା ପାଇଁ ୩ ଗୋଟି କଠୋରି ନିର୍ମାଣ କରାଯିବା ସହିତ ଶ୍ମଶାନର ଚାରି ପାଶ୍ୱର୍ରେ ଥିବା ପାଚେରୀକୁ ୮ ଫୁଟ ଉଚ୍ଚତା କରିବା, ଶ୍ମଶାନରେ ଆଲୋକ ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଶ୍ମଶାନର ଉନ୍ନତିକରଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଏହି ଶ୍ମଶାନ ଟି ଛତ୍ରପୁର ଏନଏସିର ଅନ୍ତର୍ଭୁକ୍ତ ଅଟେ । ରିକାପଲ୍ଲୀ ମୈାଜାର ଖତିଆନ ନଂ ୪୦୨, ପ୍ଲଟ ନଂ ୨୬୨ ଓ ୨୬୩ , ପରିମାଣ ଏସି ୦.୩୫୬ ଓ ଏସି ୦.୬୮୪ ରେ ଏହି ଶ୍ମଶାନଟି ଅବସ୍ଥିତ । ଏହି ଟିମଙ୍କ ପରିଦର୍ଶନ ବେଳେ ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ବିଜେଡି ଯୁବନେତା ଏନ୍. ଗିରିଧର ରାଓ, ଆଇନଜିବୀ ବି.ଶ୍ରୀନିବାସ, ସମାଜସେବୀ ନରହରି ସ୍ୱାଇଁ, ବି. ଗୋପାଳ ସ୍ୱାମୀ , ପପୁନ କୁମାର ବେହେରା ଓ ରମେଶ ବେହେରାଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ ।


