ପାରଳା ଗୌରହରି ପାଠାଗାର ତରଫରୁ ଭାଗବତ ଟୁଙ୍ଗୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଗୌରହରି ପାଠାଗାରରେ ଭାଗବତ ଟୁଙ୍ଗୀ ତରଫରୁ ୫ମ ବାର୍ଷିକୀ ଭାବଗବତ ଜନ୍ମ ଉତ୍ସବ ନିରାଡମ୍ବରରେ ଚିତ୍ରକର ସାହିସ୍ଥ ରାଜଗୁରୁଙ୍କ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୈନିକ ଭାଗବତ ପଠନ କରୁଥିବା ଶେଷଦେବ ଭୁକ୍ତା ଓ ଗଣନାଥ ଖଡଗରାୟ ଭାଗବତ ପୂଜା ଓ ଅନ୍ନ ପ୍ରସାଦର ଆୟୋଜନ କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗର ଆନୁକୁଲ୍ୟରେ ପ୍ରତିବର୍ଷି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ପୈାରପରିଷଦ କାର୍ଯନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ତଦାରଖ କରିଥିଲେ । ମଠାଧିକାରୀ ସୀତାକାନ୍ତ ରାଜଗୁରୁ ଭାଗବତ ଉତ୍ସବ ଦ୍ୱାରା ପୂରାତନ ସଂସ୍କୃତିର ଉଦ୍ଜୀବିତ ହେବା ସହ ଆଧ୍ୟାତ୍ମିକ ମନୋଭାବ ଲୋକଙ୍କ ମନରେ ସୃଷ୍ଟି ହେବ ବୋଲି ମତ ପ୍ରଦାନ କରିଥିଲେ । ପାଠାଗାର ସଭାପତି ରମେଶ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ମପଣ କରିଥିଲେ । ସୁଜୀତ କୁମାର ପାଢୀ, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


