ଅସହାୟଙ୍କୁ ସହାୟତା ପ୍ରଦାନ କଲେ ପୂର୍ବତନ ବିଧାୟକ କିଶୋର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ କାର୍ତ୍ତିକ ଚରଣ ସାହୁଙ୍କ ପତ୍ନୀ ତାରୁଲତା ସାହୁଙ୍କ ଚାଳଛପର ଘର ଉପରେ ଗତ ପ୍ରବଳବର୍ଷା ଓ ପବନ ସମୟରେ ଏକ କରଞ୍ଜ ଗଛ ପଡିଯାଇଥିଲା । ଫଳରେ ତାରୁଲତାଙ୍କ ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା । ଏସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ତାରୁଲତାଙ୍କ ଘର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ସରୋଜକାନ୍ତ ସାହୁ, ବିକ୍ରମକେଶରୀ ବାରିକ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ