ପାରଳାଖେମୁଣ୍ଡି ରେଳଷ୍ଟେସନରେ ୟୁଟିଏସ୍ ଟିକେଟ ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କୋଭିଡ ନିୟମ କୋହଳ ହୋଇଥିବାରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରେଳମନ୍ତ୍ରଣାଳୟ କିଛି ବିଶେଷ ଟ୍ରେନ୍‌ରେ ସଂରକ୍ଷିତ ଟିକେଟ ସହ ଅସଂରକ୍ଷିତ ଟିକେଟର ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନ୍‌ରେ ମଧ୍ୟ ବିଭିନ୍ନ ଷ୍ଟେସନରେ ଟିକେଟ ବିକ୍ରିପାଇଁ ଅନୁମତି ଦିଆଯାଇଅଛି । ୱାଲଟିୟର ଡିଭିଜନ ଅଧିନସ୍ଥ ପାରଳାଖେମୁଣ୍ଡି ଷ୍ଟେସନ୍‌ରେ ଏହି ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାରଳାଖେମୁଣ୍ଡି ସଂରକ୍ଷିତ କାଉଣ୍ଟର ଷ୍ଟେସନ ଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଥିବାରୁ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୋଇ କାଉଣ୍ଟରରେ ଟିକେଟ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦାମ ଦେବାକୁ ପଡୁଛି । ଛୋଟ ଛୋଟ ଷ୍ଟେସନରେ ଟ୍ରେନ ରହଣୀ ଥିଲେ ମଧ୍ୟ ଟିକେଟ ବିକ୍ରିର ସେପରି କିଛି ବ୍ୟବସ୍ଥା ନାହିଁ । ଟ୍ରେନ୍‌ରେ ଟିକେଟ ଯାଞ୍ଚର କଡାକଡି ନଥିବାର ସୁଯୋଗ ନେଇ ଅଧିକାଂଶଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଛନ୍ତି । ଯଦ୍ୱାରା ବିଭାଗର ବହୁତ କିଛି ରାଜସ୍ୱ କ୍ଷତି ହେଉଥିବା ଜଣାଯାଉଅଛି । ଏହି ୍‌ସୁବିଧାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ୍ ତଥା ଗୁଣୁପୁର-ପୁରୀ, ରାଜ୍ୟରାଣୀ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ପାରଳାଖେମୁଣ୍ଡି ଷ୍ଟେସନ ସମେତ ଏହି ରାସ୍ତାର ପ୍ରତି ଷ୍ଟେସନ ପୂର୍ବଭଳି ଅଣସଂରକ୍ଷିତ (ୟୁଟିଏସ୍‌) ଟିକେଟ ବିକ୍ରୀ ପାଇଁ ବରିଷ୍ଟ ନାଗରିକ ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ