ଗଜପତିର ୬ଅନାଥ ଝିଅଙ୍କୁ ସହାୟତାର ସୁଅ ଛୁଟୁଛି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଖାରିସାହିର ୬ ଅନାଥ ଭଉଣୀଙ୍କ ସମ୍ପର୍କରେ ଅମ ଦୌନିକ ସମେତ ବିଭିନ୍ନ ଖବରକାଗଜରରେ ଖବର ପ୍ରକାଶ ହେବା ପରେ ସହାୟତାର ସୁଅ ଛୁଟିଛି ଏହି ୬ ଅନାଥ ଝିଅଙ୍କୁ । ଏହି ଖବର ପ୍ରକାଶିତ ହେବାପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କିସ୍ ଫାଉଣ୍ଡେସନ ତରଫରୁ ପ୍ରତି ମାସରେ ୫ହଜାର ଟଙ୍କା ଲେଖାଁଏ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ଏହା ସହ ସ୍ଥାନୀୟ ଯୁବସମାଜସେବୀ ଆମୋଦ ବର୍ଦ୍ଧନ ପହଞ୍ôଚ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତବର୍ଷ ଏପ୍ରିଲ ମାସରେ ସେମାନଙ୍କ ବାପା ଉର୍ବଙ୍ଗ ଦଳବେହେରା ଓ ମାଆ ସୁଜନୀ ଜ୍ୱରରେ ପୀଢିତ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କର ୬ ଝିଅ ଅନାଥ ହୋଇଯାଇଥିଲେ । ବଡ ଦୁଇ ଝିଅ ସୁରଜନୀ ଓ ଉର୍ବନି ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏ ଭଳି ଦୁଃଖଦ ଆମ ଖବରକାଗଜରେ ପ୍ରକାଶନ ସହ ଅନ୍ୟାନ୍ୟ କାଗଜରେ ଏମାନଙ୍କ ସମ୍ପର୍କରେ ଖବର ପରିବେଶଣ କରିଥିଲା । ଏହାପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରି ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏହା ସହ ସେମାନେ ପାଠ ପଢିବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ