ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ସ୍ଥିତ ସିପିଆଇ କାର୍ଯ୍ୟାଳୟ ପରିସରରେ ସିପିଆଇ ଟାଣୁଆ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ କମ୍ରେଡ୍ ଏନ୍ ସିମାଞ୍ଚଳ ରେଡ୍ଡିଙ୍କ ୧୧ ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ସଭା ପୂର୍ବତନ ସରପଂଚ ସିମାଂଚଳ ସାହୁଙ୍କ ଅଧ୍ୟକ୍ଷତାରେ କୋଭିଡ୍ ନୀୟମ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ସିପିଆଇ ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି ଯୋଗ ଦେଇ ସ୍ୱର୍ଗତ ରେଡ୍ଡୀଙ୍କ ଗୁଣଗାନ କରିବା ସହ ସେପ୍ଟମ୍ବର ୨୭ ଭାରତ ବନ୍ଦ କୁ ସଫଳ କରିବା ନିମନ୍ତେ ଗୁରତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସହ-ସମ୍ପାଦକ ଡି.ଆଦି ନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲା ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ନାରୀନେତ୍ରୀ ଏନ.ଭାନୁମତି ରେଡ୍ଡୀ , ଭାଗିରଥି ପ୍ରଧାନ, ଆର. ସନ୍ତୋଷ ରେଡ୍ଡୀ, ସୁକାନ୍ତ ନାହାକ, ପ୍ରଫୁଲ ପାଣିଗ୍ରାହୀ , ଏନ.କାମରାଜୁ ରେଡ୍ଡୀ, ଶ୍ରମିକ ନେତା କେଶବ ନାହାକ ଓ ଦୁର୍ଯ୍ୟେଧନ ନହାକ, ଭାଷ୍କର ପାତ୍‌, ଆଦିକନ୍ଦ ପାତ୍ର ସିମାଞ୍ଚଳ ମହାରଣାଙ୍କ ସମେତ ବହୁ ସିପିଆଇ କର୍ମୀ ଓ ନେତା ମାନେ ଯୋଗଦେଇ ସ୍ୱର୍ଗତ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭ ଦଳୀୟ ନେତା ଓ କର୍ମୀ ମାନେ ସ୍ୱର୍ଗତ ରେଡ୍ଡୀ ପ୍ରତିମୃର୍ତ୍ତୀ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ