ପାଟପୁର ପୋଲିସ ପକ୍ଷରୁ ଆଇପିଏଲ ବେଟିଙ୍ଗ ଚଢ଼ାଉ ୬ ଗିରଫ କୋର୍ଟଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅଞ୍ଚଳରେ ଚାଲିଥିବା ଆଇପିଏଲ ବେଟିଂ ଅର୍ଥ କାରବାରକୁ ନେଇ ପାଟପୁର ପୋଲିସ ପକ୍ଷରୁ ଚଢାଉ କରି ୬ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତକାଲି କୌଣସି ସୂତ୍ରରୁ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଦଳବଳେ ଡେଙ୍ଗାଉସ୍ତା – ସିଙ୍ଗିପୁର ମଧ୍ୟସ୍ଥ କଲଭର୍ଟ ନିକଟରେ ସ୍ଥାନୀୟ ଯୁବକ ମିଳିତ ଭାବେ ଆ ଇ ପି ଏ ଲ କ୍ରିକେଟ ମ୍ୟାଚ ରେ ଟଙ୍କା ବାଜି ଲଗାଇ ଖେଳୁଛନ୍ତି । ଖବର ପାଇ ଥାନା ଅଧିକାରୀ ଏବଂ ପୋଲିସ ଚାଲିଥିବା ବେଟିଙ୍ଗ ଖେଳାଳୀ ଙ୍କ ଉପରେ ଚଢ଼ାଉ କାବୁ କରିବା ସହିତ ଛଅ ଜଣକୁ ଗିରଫ କରିଛନ୍ତି । ସେମାନଙ୍କ ନାମରେ ପାଟପୁର ଥାନାରେ କେସ ନଂ- ୩୧୨/୨୧ ପ୍ରକାରେ ମାମଲା ରୁଜୁ କରାଯାଇଅଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଆଠ ଗୋଟି ମୋବାଇଲ୍ ସହ ୧,୬୦,୫୦୦ (ଏକ ଲକ୍ଷ ଷାଠିଏ ହଜାର ପାଞ୍ଚ ଶହ) ଟଙ୍କା ଜବତ କରାଯିବା ନେଇ ଆଜି ପାଟପୁର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏ ସ, ଡ଼ି ପି ଓ ଉମାଶଙ୍କର ସିଂ ଏବଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ , ପୋଡାମାରୀ ଗ୍ରାମର କାଳୀ ଚରଣ ସାହୁ ଓ ଶିବ ଶଙ୍କର ମହାନ୍ତି , ମଉଳାଭଞ୍ଜା ଗ୍ରାମର ଯୋଗୀ ବେହେରା, ଧରମ ପୁର ଗ୍ରାମର ବିଜୟ କୁମାର ପ୍ରଧାନ ,ସମେତ ଧରମପୁର ଗ୍ରାମର ଏ.ବାବୁଲା ଦୋରାଙ୍କୁ ୟୁ/ଏସ ଧାରା ୨୯୪-A /୪୨୦ / ୧୨୦-B ଆଇପିସି / ଆର ଡବ୍ଲୁ ୪ ଏବଂ ୫ , ଚିଟଫଣ୍ଡ ଓ ଅନୈତିକ ଅର୍ଥ କାରବାର ଜନିତ ଧାରା ୧୯୭୮ ପ୍ରକାରେ ଗିରଫ ୬ ଜଣ ଙ୍କୁକୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟ କିଛି ଯୁବକ ମଧ୍ଯ ଏହି ଖେଳରେ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଚାଲିଛି।


