ରାଧାନାଥ ସାହିତ୍ୟ ପରିଷଦ ପକ୍ଷରୁ ୧୭୪ତମ କବିବର ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଧାନାଥ ସାହିତ ପରିଷଦ ପକ୍ଷରୁ କବିବର ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଏବଂ ପରିଷଦର ୮ମ ବର୍ଷିକ ଉତ୍ସବ ସହରର ବଟେଶ୍ୱରସ୍ଥିତ ଶ୍ରୀରାମଚନ୍ଦ୍ର ସଂସ୍ମୃତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ସଭାପତିତ୍ୱ କରିବା ସହିତ କବିବରଙ୍କ ଜୀବନଚର୍ଯ୍ୟାରେ ବାଲେଶ୍ୱର ସହରର ଗଡ଼ଗଡ଼ିଆ ପୋଖରୀ ସମେତ ବଟେଶ୍ୱର ଅଞ୍ଚଳର ଘନିଷ୍ଠତା ସମ୍ପର୍କରେ ସୂଚନା ଦେଇଥିଲେ । ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଅଧ୍ୟାପକ ଶରତ ଚନ୍ଦ୍ର ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କବିବରଙ୍କ କଳାକୃତିରେ ପ୍ରତିଫଳିତ ପ୍ରକୃତି ବର୍ଣ୍ଣନାଠାରୁ ତତ୍କାଳୀନ ସମାଜର ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ । ଅବିଭକ୍ତ ବାଲେଶ୍ୱର ଜିଲା ପାଇଁ ଗୌରବ ଆଣିପାରିଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାରେ ରାଧାନାଥ ସାହିତ୍ୟ ପରିଷଦର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ.ଶିରୀଶଚନ୍ଦ୍ର ଜେନା, ଶିକ୍ଷାବିତ ଡ. ରାଧାରଞ୍ଜନ ପଟ୍ଟନାୟକ, ଲାବଣ୍ୟ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଅରୁଣା ରାୟ, ଡ. ଭାଗବତ ପ୍ରସାଦ ଦାସ ପ୍ରମୁଖ ରାଧାନାଥଙ୍କ ସମ୍ବନ୍ଧରେ ବିଶେଷ ସୂଚନା ଦେଇଥିଲେ । ଏହି ଅବସରରେ ପରିଷଦର ଦିବଂଗତ ସଦସ୍ୟ ପ୍ରଫେସର ଚଣ୍ଡୀ ଚରଣ କର, ଡା. ସନାତନ ଦାସ, ଡା. କୁନାନନ୍ଦ ଗିରି ଓ ତ୍ରୈଲୋକ୍ୟ ଦାସଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସମ୍ପାଦକ ଅଧ୍ୟାପକ କମଳାକାନ୍ତ ଦାଶ ଏଥିରେ ବିବରଣୀ ଉପସ୍ଥାପନ ସହ ‘ରାଧାନାଥ ହଲ’ସଂପୂର୍ଣ୍ଣ ଓ ସରକାରଙ୍କ ଦ୍ୱାରା ମଂଜୁରୀ ଲାଭ କରିଥିବା ରାଧାନାଥଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନା ଉପରେ ଗୁରୁତ୍ୱାରୋପ କରିଥିଲେ । ନିବାରଣ ଜେନା, ଡ.କ୍ଷିତୀଶ୍ୱର ଦାସ, ଦୀନବନ୍ଧୁ ଲେଙ୍କା, ଅନସୂୟା ନାୟକ, ବିପ୍ଲବ ମହାନ୍ତି, ସୁବ୍ରତା ମହାନ୍ତି, ଜ୍ୟୋସ୍ନା ରାୟ, ଡ.ଲକ୍ଷ୍ମଣ ଚରଣ ବିଶ୍ୱାଳ, ଯୋଗେଶଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଦାସ, ଗୟାଧର କର, ଜଗନ୍ନାଥ ଦତ୍ତ, ନୃସିଂହ ନାୟକ, ଡ.ନିରଞ୍ଜନ ଦାଶ, ଡ.ଶରତଚନ୍ଦ୍ର ମିଶ୍ର ଓ ରମେଶଚନ୍ଦ୍ର ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଅଧ୍ୟାପକ ସଂଜୟ କୁମାର ପଣ୍ଡା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶରତ କୁମାର ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


