ଖାରିଗୁଡାରେ କୋଭିଡ୍ ଟୀକାକରଣ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଗଣିତ ଖାରିଗଡା ଠାରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଖାରିଗୁଡା ପଞ୍ଚାୟତ ସଦର ମହକୁମା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏହି ଟୀକାକରଣ କରାଯାଇଛି । ପ୍ରାୟ ୧୫୦ ଜଣ ଏହି ଟୀକା ନେଇଥିବାର ଜଣାପଡିଛି । ଏଏନ୍ଏମ୍ ଆରତୀ ନାୟକ, ଆଶା ଦିଦି ପତୀ ସିଂହ, କମଳନୀ ବେହେର୍ଦ୍ଦଳାଇ ପ୍ରମୁଖ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରି ି ଟୀକାକରଣ କରାଉଛନ୍ତି । ଲୋକେବି ବେଶ ଉତ୍ସାହର ସହ ଆସି ଲମ୍ବା ଲାଇନରେ ଠିଆ ହୋଇ ପଞ୍ଜିକରଣ କରି ଟୀକା ନେଉଛନ୍ତି । ଯେଉଁମାନେ ଟୀକା ନେଉଛନ୍ତି ସେମାନଙ୍କୁ ୩୦ମିନିଟ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିବା ପରେ ଘରକୁ ପଠା ଯାଉଛି । ଟୀକା ନେଇଥିବା ବ୍ୟକ୍ତିମାନଙ୍କ ଠାରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଯାଇନଥିବାର ମଧ୍ୟ ଜଣାପଡିଛି ।