‘ଫ୍ୟୁଚର ବାଲେଶ୍ୱର’ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ସାମାଜିକ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ ପକ୍ଷରୁ ଗାନ୍ଧୀ ଜୟନ୍ତୀରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାଲେଶ୍ୱର ଜିଲା ଅଦାଲତରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଆଇନଜୀବୀ ବିଜୟ ପାଣିଗ୍ରାହୀ ପୌରହିତ୍ୱ କରିବା ସହିତ ଅଦାଲତରେ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଫେଇ କର୍ମଚାରୀଙ୍କୁ ସେମାନଙ୍କ ନିଷ୍ଠା୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନ ପ୍ରଦର୍ଶନ ଦ୍ୱାରା ସ୍ୱଚ୍ଛତାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିବାର ସାର୍ଥକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠର ସାଧାରଣ ସମ୍ପାଦକ ଦୁକୁଲ ଘଢେଇ, କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ପଣ୍ଡା, ଅତିରିକ୍ତ ସମ୍ପାଦିକା ସଂଯୁକ୍ତା ରାଣୀ ବେହେରାଙ୍କ ସମେତ ନୀଲୁ ପାଣିଗ୍ରାହୀ, ଅଶୋକ ବାରିକ ପ୍ରମୁଖ ସଦସ୍ୟମାନେ ଏଥିରେ ଉପସ୍ଥିତ ରହି ସଫେଇ କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋଭ୍ସ ପ୍ରଭୃତି ବଂଟନ କରିଥିଲେ । ଅଦାଲତର ସଫେଇ କର୍ମଚାରୀ ଅନନ୍ତ ମୁଖୀ, ପ୍ରଭାକର ମୁଖୀ, ଦୁଖିଆ ସୋରେନ, ବିଜୟ ମାରାଣ୍ଡି, ପ୍ରତାପ ପ୍ରଧାନ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ ।


