ପତ୍ନୀ ନିଖୋଜ ନେଇ ସ୍ୱାମୀର ଥାନାରେ ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ମାସେ କି ଦୁଇ ମାସ ନୁହେଁ ଗଲା ବର୍ଷେରୁ ଅଧିକ ହେଲା ନିଖୋଜ ପତ୍ନୀକୁ ପାଗଳ ପ୍ରାୟ ହୋଇ ଖୋଜୁଛନ୍ତି ସ୍ଵାମୀ ଓ ପିଲାମାନେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଗଳିକନ୍ଦିଠୁ ଆରମ୍ଭ କରି ସଂପର୍କୀୟ ମାନଙ୍କ ଘର ସବୁ ଖୋଜି ସାରିଦେଲେଣି। ହେଲେ ପତ୍ନୀଙ୍କ କୌଣସି ପତ୍ତା ମିଳୁନି। ଫଳରେ ଦୁଃଖରେ ଭାଙ୍ଗିପଡିଛନ୍ତି ମାଷ୍ଟ୍ରପଡ଼ା ହରିଜନ ସାହିରେ ରହୁଥିବା ସ୍ଵାମୀ ଚିତ୍ତରଂଜନ ସାହୁ । ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ ହସଖୁସିରେ ପରିବାର ଚାଲିଥିଲା । ସ୍ଵାମୀ ଚିତ୍ତରଂଜନ ଫୁଲବାଣୀ ଷ୍ଟେଟବ୍ୟାଙ୍କ ନିକଟରେ ଚାହା ଦୋକାନ କରି ପରିବାର ଚଳାଉଥିଲେ । ତେବେ ଗତ ୨/୦୧/୨୦ରେ ପତ୍ନୀ ରତ୍ନମଞରୀ ସାହୁ ଘରେ କାହାକୁ କିଛି ନ କହି କେଉଁ ଆଡ଼େ ଚାଲିଯାଇଛନ୍ତି । ଖୋଜାଖୋଜି କରିବାପରେ ନ ମିଳିବାରୁ ଗତ ୧୭/୦୩/୨୦ରେ ନେଇ ପୋଲିସକୁ ଜଣାଇଥିଲେ ସ୍ୱାମୀ ଚିତ୍ତରଂଜନ । ତେବେ ଏନେଇ ପୋଲିସ କୌଣସି ବିହିତ ପଦକ୍ଷେପ ନେଉ ନ ଥିବା ଚିତ୍ତ କହିଛନ୍ତି । ପଚାରିଲେ ତଦନ୍ତ ଚାଲିଥିବା କେବଳ କହୁଛନ୍ତି । ଏପଟେ ସ୍ତ୍ରୀକୁ ନ ପାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ସ୍ଵାମୀ । ସେହିପରି ମା କୁ ନ ପାଇ ପିଲାମାନେ ମଧ୍ୟ ମନଦୁଃଖରେ ରହିଛନ୍ତି । ମା କେବେ ଆସିବ ବୋଲି ଆସିବା ବାଟକୁ ଅନାଇ ବସିଛନ୍ତି । ପଡୋଶୀରେ ଥିବା ଜଣେ କେହି ଘରକୁ ସଦା ସର୍ବଦା ଯିବା ଆସିବା କରୁଥିଲେ ସେ ତାଙ୍କ ପତ୍ନୀ ରତ୍ନମଞ୍ଜରୀକୁ କୁଆଡେ ନେଇ ପଳାଇ ଥାଇପାରନ୍ତି ବୋଲି ସ୍ୱାମୀ ଓ ପରିବାର ଲୋକେ ସନ୍ଦେହ କରୁଛନ୍ତି । ତେବେ ତାଙ୍କ ପତ୍ନୀ ଜିବୀତ ନା ମୃତ ସେ ନେଇ କୌଣସି ଖବର ନ ଥିବା ବେଳେ ରତ୍ନମଞ୍ଜରୀ କୁ ଖୋଜି ଆଣିବା ଲାଗି ସ୍ୱାମୀ ଚିତ୍ତରଂଜନ ପୋଲିସ ଏସପିଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ