ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି (ଆତ୍ମା)ର ଅଧ୍ୟକ୍ଷା ହେଲେ ଶକୁନ୍ତଳା

ଛତ୍ରପୁର, (ଦେବଦତ୍ତ ମହାରଣା) : ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ଗଠନରେ ପ୍ରଥମ କରି ଜଣେ ମହିଳାଙ୍କୁୁ କମିଟିର ଅଧ୍ୟକ୍ଷା ଭାବେ ମନୋନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ସୋମବାର କୃଷି ଓ ବୈଷୟିକ ପରିଚାଳନା ସଂସ୍ଥାର ନୂତନ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ଗଠନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିର (ଆତ୍ମା) ଅଧ୍ୟକ୍ଷା ଭାବେ ଶକୁନ୍ତଳା ପାତ୍ରଙ୍କୁ ମନୋନୀତ କରାଯାଇଛି । ଛତ୍ରପୁର ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିରେ ଜଣେ ମହିଳାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରି ରାଧା ଗୋବିନ୍ଦ ଦେ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡଃ ପତିତପାବନ ରଥ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟା ପ୍ରିୟଦର୍ଶିନୀ, ସହକାରୀ କୃଷି ଅଧିକାରୀ ସୌଦାମିନୀ ପଣ୍ଡା, ପୋଡାପଦର ସରପଂଚ ପିତାମ୍ବର ପଣ୍ଡା, ଭିକାରିପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନଙ୍କ ସମେତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥାର ସମସ୍ତ ସଭ୍ୟ ସଭ୍ୟା ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପରେ ନୂତନ ଭାବେ ମନୋନୀତ ହୋଇଥିବା ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିର ଅଧ୍ୟକ୍ଷା ଶକୁନ୍ତଳା ପାତ୍ର ଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହା ସହ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଫୋନ ଯୋଗେ ମଧ୍ୟ ଶ୍ରୀମତି ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ କୃଷି ଓଭରସିୟର ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ମିଥୁନ ସେଠୀ, ନିହାରିକା ପଣ୍ଡା, ମୌସୁମୀ ବେହେରା, ଏଟିଏମ ଗୋପୀନାଥ ଦାସ, ସୋନାଲି ପ୍ରିୟଦର୍ଶିନୀ, ସମଦତ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ନୂତନ କମିଟି ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଦୁଇ ମାସରେ ଏହି କମିଟିର ବୈଠକ ଅନୁଷ୍ଠିତ ହୋଇଥାଏ । ଏଥିରେ ଉଦ୍ୟାନ, ପ୍ରାଣୀ ଓ ପଶୁ ସଂପଦ, ମତ୍ସ୍ୟ ଓ କୃଷି ବିଭାଗର ସମସ୍ତ ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ