ଆନ୍ଦୋଳନ ରତ କୃଷକଙ୍କୁ ହତ୍ୟା କରିବା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗଣବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା କୃଷକ ମାନଙ୍କ ଉପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅର ନେତୃତ୍ୱରେ ଶାସକ ବିଜେପି ଦଳର ଗୁଣ୍ଡାମାନେ ଗାଡି ଚଢାଇ ଓ ଗୁଳିକରି ୬ ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାରେ ଅନ୍ୟ ୧୦ ଜଣ କୃଷକ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ହରିଆନାର ମୁଖ୍ୟମନ୍ତ୍ରୀ ମନହରଲାଲ ଖଟ୍ଟର ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କର ବାରମ୍ବାର ଆନ୍ଦୋଳନରତ କୃଷକମାନଙ୍କ ବିରୋଧରେ ହିଂସା ପାଇଁ ଉସୁକାଣିି ମୂଳକ ବକ୍ତବ୍ୟ ଏହିଭଳି ମର୍ମନ୍ତୁଦ ଘଟଣାର କାରଣ ସାଜିଛି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପି ପ୍ରତିବାଦ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । । ଲକ୍ଷ୍ମୀପୁର ଖେରି ନର ସଂହାର ଘଟଣାର ଅପରାଧୀ ମାନଙ୍କ ବିରୋଧରେ ହତ୍ୟା ମକଦ୍ଦମା ଦାଏର କରି ସେମାନଙ୍କୁ ତୁରନ୍ତ ଗିରଫ କରିବା, ସୁପ୍ରିମ କୋର୍ଟର ତଦାରଖରେ ସ୍ୱତନ୍ତ୍ର ତଦନ୍ତ କାରୀ ଟିମ୍ (ଏସ.ଆଇ.ଟି) ଗଠନ କରି ସଂପୂର୍ଣ୍ଣ ମାମଲାର ତଦନ୍ତ କରାଯିବା, ସମ୍ବିଧାନ ପଦ ପଦବୀରେ ରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆନ୍ଦୋଳନ କରୁଥିବା ଦେଶର କୃଷକଙ୍କ ଉପରେ ଆକ୍ରମଣ ଓ ହିଂସାକୁ ଖୋଲା ଖୋଲି ଭାବେ ଆହ୍ୱାନ ଦେଇଥିବା ବିଜେପିର ହରିଆନାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରାଯିବା ଦାବିରେ ଆଜିର ଗଣବିକ୍ଷୋଭରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳ, ଏ.ଆଇ.କେ.ଏସ.ର ଜିଲ୍ଲା ନେତା ରମଣୀରଞ୍ଜନ ରାଉତରାୟ, କିଷାନ କଂଗ୍ରେସର ଜିଲ୍ଲା ନେତା ପ୍ରଫୁଲ୍ଲ ଦାସ, ଅନ୍ୟତମ ଆବାହକ ଆଦିକନ୍ଦ ରାଉଳ, ଚାଷୀମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ, ଓଡିଶା କୃଷକ ସଭାର ଉମେଶ ଚନ୍ଦ୍ର ସିଂହ, ଏ.ଆଇ.କେ.କେ.ଏମ.ଏସ.ର ଜିଲ୍ଲା ସମ୍ପାଦିକା ଏଲିନା ସାମନ୍ତରାୟ, ଏ.ଆଇ. କେ.ଏସ.ର ଜିଲ୍ଲା ଆବାହକ ପଦ୍ମନାଭ ଦାସ, ଓଷ୍ଟାର ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, କିଷାନ କଂଗ୍ରେସ ସଭାପତି ନାରାୟଣ ପରିଡା, ହୃଷିକେଶ ମହାପାତ୍ର, ହୀରାମଣି ରାଉତ, ମାନସରଞ୍ଜନ ପ୍ରଧାନ, ପ୍ରକାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ