ବଢ଼ାଇବ ଚାଷୀ ଆନ୍ଦୋଳନ ତୋଫାନକୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅକ୍ଟୋବର ୨ ଗାନ୍ଧି ଶାସ୍ତ୍ରୀ ଜୟନ୍ତୀରୁ ନୀଳ ଚାଷୀ ଆନ୍ଦୋଳନ କ୍ଷେତ୍ର ସମ୍ପାଦନରୁ ଆରମ୍ଭ ହୋଇଥିବା ପଦଯାତ୍ରାକାରୀମାନେ ଆଜି ବିହାରର ମୋତିଆରୀ ଜିଲ୍ଲାର କଟୁଆର କଲେଜ ଗ୍ରାଉଣ୍ଡରେ ବଡ଼ ବଡ଼ ଦିଗଜ ସଂଗଠନକୁ ନେଇ ସମାବେଶ ଅନୁଷ୍ଠିତ ହୋଇଅଛି । ଏହି ସଭାରେ ସିପିଏମ୍‌ର ପୂର୍ବତନ ବିଧାୟକ ରମାଶ୍ରୟ ସିଂ, ବିଜୟ କୁମାର ପାଣ୍ଡେ ଜିଲ୍ଲା ସଂଯୋଜକ କିଷାନ୍ ପଦଯାତ୍ରା ସମିତି ଆଲୋକ ଚନ୍ଦ୍ର ବ୍ୟବସ୍ଥା ପ୍ରମୁଖ, ହରଦୟାଲ୍ କୁସ୍‌ୱା, ବିରେନ୍ଦ୍ର ସିଂ, କୁମାର୍ କେଶବମ୍‌, ରାମାୟଣ ସିଂ, ସୁସିଲ୍ ସିଂ, ରାମବଚ୍ଚନ ତିୱାରୀ, ଆନନ୍ଦ ପ୍ରକାଶ, କେରଳର କେ ବିଜୁ, ପାବର ରାଜକୁମାର ଭାରତ, ଦିଲ୍‌ଜିତ୍ କୌର୍‌, ମଧ୍ୟପ୍ରଦେଶର ଈଶ୍ୱର ତ୍ରିପାଠୀ ପ୍ରମୁଖ ଚାଷୀମାନଙ୍କୁ ସମ୍ବୋଧିତ କରି କିଭଳି ଭାବରେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ଦେଶବାସୀଙ୍କୁ ପ୍ରବଂଚିତ କରି ପୁଞ୍ଜିପତିମାନଙ୍କ ପୁଞ୍ଜି ବଢ଼ାଉଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ନବନିର୍ମାଣ କୃଷକ ସଂଘର ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ସମର୍ଥନ କରି କହିଥିଲେ ଯେ ଚାଷୀ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ଦେବାରେ ଶ୍ରୀ କୁମାର ଯେଉଁ ଆଶା ରଖିଛନ୍ତି ବିହାର ମାଟି ସେ ଦାୟିତ୍ୱ ବହନ କରିବ । କଟୁଆ ବାସୀଙ୍କୁ ଏହି ଅବସରରେ ସ୍ଥାନୀୟ ନେତୃମଣ୍ଡଳୀ ଅକ୍ଷୟ କୁମାରଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ କୁମାର ସମ୍ବୋଧନ ଉତ୍ତରରେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ରରେ ଏ ଯେଉଁ ପଦଯାତ୍ରା ଚାଲୁଛି କଳାକାନୁନ୍ ବିରୋଧି ଆନ୍ଦୋଳନ ପ୍ରଥାକୁ ଆହୁରି ତେଜିଆନ କରିବ । ବନାରସରେ ଶେଷ ସଭା ଅତ୍ୟନ୍ତ ପ୍ରଭାବଶାଳୀ ହେବ । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବିହାରର ଚାଷୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ୨୦୧୪ରେ ନରେନ୍ଦ୍ର ମୋଦି ଚାଷୀମାନଙ୍କୁ ସ୍ୱାମୀନାଥନ୍ କମିଶନ୍ ସୁପାରିଶ୍ ନ କରି ପ୍ରଥମ ଧକ୍କା ଦେଇଥିବା ବେଳେ ୨୦୨୨ ରେ ଚାଷୀଙ୍କ ଆୟ ୨ ଗୁଣ ହେବ ବୋଲି କହି ଗାଲୁହୁରିଡି ମାରିଛନ୍ତି । ଏହା ବିରୋଧରେ ଚାଷୀମାନଙ୍କୁ ଜାଗୃତି ହେବାକୁ ପଡ଼ିବ ବୋଲି କହିଥିଲେ । ସହ ସଂଯୋଜକ ନିମାଇ ରାୟ ବିହାର ଓଡ଼ିଶା ଭାଇ ଭାଇ ଭଳି କାନ୍ଧ ମିଳାଇ ଲଢ଼ିଲେ ଚାଷୀ ଆନ୍ଦୋଳନ ସଶସ୍ଥ ହେବ ବୋଲି କହିଥିଲେ । ପଦଯାତ୍ରାର ରାଷ୍ଟ୍ରିୟ ସଂଯୋଜକ ହିମାଂଶୁ ତିଆରି ଉତ୍ତରପ୍ରଦେଶ ଚାଷୀ ଆନ୍ଦୋଳନ ଉପରେ ବିଜେପି ନେତାଙ୍କ ବର୍ବର ଆକ୍ରମଣକୁ କଠୋର ସମାଲୋଚନା କରିଥିଲେ । ଶେଷରେ ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ କୃଷକ ଆନ୍ଦୋଳନ ନରେନ୍ଦ୍ର ମୋଦି ସରକାରର ମୃତ୍ୟୁ ଘଣ୍ଟି ବଜେଇବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ