ଗଜପତିରେ ବିଭିନ୍ନ ସ୍ଥାନରେ ବିଏସ୍‌କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭ ଆରମ୍ଭ କରିଛନ୍ତି । ଏହି ଅବସରରେ ଗୁମ୍ମା ବ୍ଲକରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ମିଶନ ଶକ୍ତିର ଉପଦେଶଟା ଲୋପମୁଦ୍ରା ବକ୍ସିପାତ୍ର ଦୁଇ ଦିନରେ ମାରାଥନ ଗସ୍ତ କରି ଓଡିଶା ସରକାରଙ୍କ ନୂତନ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି । ପ୍ରଥମ ଦିନରେ ରାଗିଡି, ତରବା, ଉଖୁରା ଏବଂ ଆଜି ଦ୍ୱିତୀୟ ଦିନରେ କୁଜାସିଂ ପଞ୍ଚାୟତରୁ ଆରମ୍ଭ କରି ମୁନିସିଂ, ବଡକଳାକୋଟ, ଡୁମ୍ବାଡା, ତୁମୁଲ, ସେରଙ୍ଗ, ବୁବନି, ଅଜଗଡ ପଞ୍ଚାୟତ ବୁଲି ସ୍ମାର୍ଟ କାର୍ଡର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରି ଏହାର ସୁବିଧା ସୁଯୋଗ କେମିତି ପାଇବେ ଏବଂ ଓଡିଶା ଓ ବାହାର ରାଜ୍ୟରେ ମଧ୍ୟ ଏହାର ଫାଇଦା ପାଇପାରିବେ ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ଅଧ୍ୟକ୍ଷ ଗୀତାଞ୍ଚଳୀ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ, ସଭ୍ୟ ହିମାଂଶୁ କୁମାର ଲିମା, ସ୍ଥାନୀୟ ସରପଞ୍ଚ, ସମିତି, ବିଡିଓ ନଟବର ଗରଡ, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ତହସିଦାର ଭାସ୍କର ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ବିମଳ କୁମାର ଦଳାଇ, ବିଜେଡି ବ୍ଲକ ସବାପତି ଇନାଶ ଶବର ପ୍ରମୁଖ ଉପସ୍ଥିତଥିଲେ । ସେହିପରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏଗି ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ