କୃଷି ରଥର ଶୁଭାରମ୍ଭ, ଲୋକକଳା ମାଧ୍ୟମରେ କୃଷକ ହେବେ ସଚେତନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକରେ ଅକ୍ଟୋବର ୬ ତାରିଖ ଦିନ “କୃଷି ରଥ” ର ଶୁଭାରମ୍ଭ କାର୍ଯ୍ୟ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇବା ପରେ ବୁଗୁଡା ଶ୍ରୀ ବିରଞ୍ଚୀନାରାୟଣ ମନ୍ଦିର ନିକଟରୁ ଗଡ଼ିଛି “କୃଷି ରଥ”। ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଓ ନୂତନ କୃଷି ଜ୍ଞାନ କୌଶଳ କୁ ବ୍ୟବହାର କରି କୃଷକମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ରବିଚାଷ ଯୋଜନା ୨୦-୨୧ ଆନୁକୂଲ୍ୟରେ ବୁଗୁଡା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ “କୃଷି ରଥ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ରଥ ବୁଗୁଡା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ଭ୍ରମଣ କରି ରାଜ୍ୟର ପାରମ୍ପାରିକ ଲୋକ କଳା ଦାସକାଠିଆ ମାଧ୍ୟମରେ କୃଷକ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଓ ନୂତନ କୃଷି ଜ୍ଞାନ କୌଶଳ ବିଷୟରେ ସଚେତନ କରାଯିବ। ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ କୃଷି ବୈଷୟିକ ପରିଚାଳନା ସଂସ୍ଥା ଅଧ୍ୟକ୍ଷ ମୁକୁନ୍ଦ ନାୟକ ଯୋଗଦେଇଥିବା ବେଳେ ବୁଗୁଡା କୃଷି ବିଭାଗ ସହକାରୀ କୃଷି ଅଧିକାରୀ ଦ୍ବୟ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ