ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା

ବୁଗୁଡା (ଅନିଲ ମହାରଣା): ବୁଗୁଡା ଶାଖା, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଅକ୍ଟୋବର ୦୬ ତାରିଖ ଦିନ ବିଶାଳ ଋଣ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ୧୧୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦୁଇ କୋଟି ଟଙ୍କା ଋଣ ବଣ୍ଟନ କରାଯାଇଛି। ଏହି ଋଣ ବଣ୍ଟନ ମେଳାରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଋଣ ଟଙ୍କା ଚେକ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସିଇଓ ମହେନ୍ଦ୍ର ନାଥ ସାମଲ ଓ ସମ୍ମାନିତ ଅତିଥି ଭାବେ ଏଜିଏମ ନୀଳାଞ୍ଚଳ ପଣ୍ଡା ଯୋଗ ଦେଇଥିବା ବେଳେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଏହି ଋଣ ବଣ୍ଟନ ମେଳାରେ ବୁଗୁଡା ଅଞ୍ଚଳର ୧୧୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୦୨ କୋଟି ଟଙ୍କା ଋଣ ବଣ୍ଟନ କରାଯାଇଛି। ପାଙ୍ଗିଡି ସେବା ସମବାୟ ସମିତି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ