ବିଶ୍ଵଭାରତୀ ର ଇକୋ କ୍ଳବ୍ ତରଫେ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ
ଭଞ୍ଜନଗର, (ସନ୍ତୋଷ ଜେନା):ବିଶ୍ଵଭାରତୀ ର ଇକୋ କ୍ଳବ୍ ତରଫେ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି। ଏହି ଅବସରରେ ସଂଯୋଜକ ରୂପେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗଂଜାମ ଜିଲ୍ଲା ଶ୍ରୀଯୁକ୍ତ ଶୂଳ ପାଣି ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେଏବଂ ଖଇରପୁଟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ କୁମାରୀ ମିଶ୍ର ମୁଖ୍ୟବକ୍ତା ରୂପେ ଛାତ୍ରଛାତ୍ରୀ ମାନଙ୍କୁଉଦବୋଧନଦେଇଥିଲେ। ଏହି ସଭାରେ ସମ୍ମାନିତ ଅତିଥି ରୂପେ ACF- M ମୋତିଲାଲ ଏବଂRtd.BEO ହୃଷିକେଶ ବିଶ୍ବାଳ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ପରିଶେଷରେ ଶିକ୍ଷକ ଗଙ୍ଗାଧର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।