ଛତ୍ରପୁର ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁ୍ଷ୍ଠିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡିଶା ସରକାରଙ୍କ ରାଜ୍ୟ ଯୋଜନା ୨୦୧୮-୧୯ ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ବିପୁଳିଙ୍ଗି ଗ୍ରାମ ପଂଚାୟତର ବିରସିଂହ ମନ୍ଦିର ପରିସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ଗଂଜାମ) କାଶୀନାଥ ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହାସହ ମେଳାରେ ଉପସ୍ଥିତ ଥିବା ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । କୃଷି ଓ ଆନୁସଙ୍ଗିକ କୃଷି ସମ୍ପର୍କିତ ସରକାରୀ ଯୋଜନା ବିଷୟରେ ବିଧାୟକ ଶ୍ରୀ ବେହେରା ଅବଗତ କରାଇଥିଲେ ଏବଂ ସରକାରଙ୍କ ୫ ଟି ଉପରେ ଗୁରୁତ୍ୱ ଦେଇଥିଲେ । କେତକ ଚାଷୀ ଭାଇ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ । ସମ୍ମାନୀୟ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟ ଏସ୍.କିଶୋର ରେଡ୍ଡୀ, ଜିଲ୍ଲା କୃଷି ଅଧିକାରୀ (ଛତ୍ରପୁର) ପ୍ରମୋଦ କୁମାର ଦାଶ, ଛତ୍ରପୁର ଉପଖଣ୍ଡ ପ୍ରାଣୀ ସମ୍ପଦ ଅଧିକାରୀ ଡଃ. ଅମିତାଭ ପଣ୍ଡା, ସମବାୟ ସମ୍ପ୍ରସାରଣ ଅଧିକାରୀ ରେବତୀ ମୋହନ ରାଉତ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ (ବ୍ରହ୍ମପୁର) ପ୍ରଶାନ୍ତ କୁମାର ପାତ୍ର, ପଂଜାବ ନ୍ୟାସନାଲ ବ୍ୟାଙ୍କ ନିର୍ଦ୍ଦେଶକ (କୃଷକ ପ୍ରଶିକ୍ଷଣ କେନ୍ଦ୍ର , କରାପଲ୍ଲୀ) ସଘଂମିତ୍ରା ସାହୁ , ଛତ୍ରପୁର ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ , ନରେନ୍ଦ୍ରପୁର ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ଭିକାରୀପଲ୍ଲୀ ଗ୍ରାମ୍ୟ କୃଷି ସେବକ ଦୁର୍ଗା ପ୍ରସାଦ ପ୍ରଧାନ, ମିଥୁନ ସେଠୀ, ସୁଦର୍ଶନ ସେଠୀ, ଏମ୍.ବିମଳା ମୈାସୁମୀ ବେହେରା, ସୁବାସିନୀ, ସୁନିତା, ନିହାରିକା , ଗୋପି, ସୈାମଦତ୍ତଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ମେଳାର କାର୍ଯ୍ୟକ୍ରମ ସଂପର୍କରେ ଚାଷୀ ଭାଇମାନଙ୍କୁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ଦାଶ ପରିଚାଳନା କରିଥିବା ବେଳେ ଛତ୍ରପୁର ସହକାରୀ କୃଷିଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ନରେନ୍ଦ୍ରପୁର ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଦୁର୍ଗା ପ୍ରସାଦ ପ୍ରଧାନ ଓ ମିଥୁନ୍ ସେଠୀ , ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା ପରିଚାଳାନରେ ସହ ଯୋଗ କରିଥିଲେ । ଏହି ମେଳାରେ ଚାଷୀଙ୍କ ହିତପାଇଁ ବିଭିନ୍ନ ବିଭାଗର ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକର ତିନିଶହରୁ ଉର୍ଦ୍ଧ୍ୱ ଚାଷୀ ମାନେ ଯୋଗଦେଇଥିବା ବେଳେ ସମସ୍ତ ଜନପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।