ଉତ୍କଳମଣିଙ୍କ ଜୟନ୍ତୀରେ ସଦର ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ତଥା ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ସ୍ୱରୂପ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ସଦର ଶାଖା ପକ୍ଷରୁ ଛାନୁଆ ପଞ୍ଚାୟତ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏହି ଅଭିଯାନରେ ପଞ୍ଚାୟତର ଶହ ଶହ ଲୋକ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ନାମରେ ୧ ଅକ୍ଟୋବରରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଆଧାରରେ ଏଠି ସ୍ୱଚ୍ଛତା ଅଭିଯାନ ଚାଲିଥିବା ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ପରେ ସେ କୁରାଢିହା ପଞ୍ଚାୟତ ଅର୍ନ୍ତଗତ ଗୋପବନ୍ଧୁ ଛକ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର ପରିଚ୍ଛନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବରିଷ୍ଠ ନେତୃଗଣ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ବିଜୟ ଦାସ, ଯୁବନେତା ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ କାର୍ତ୍ତିକ ପ୍ରଧାନ, ଛାନୁଆ ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, କୁରାଢିହା ପଞ୍ଚାୟତ ସଭାପତି ସଦାଶିବ ଜେନା, ବରିଷ୍ଠ ନେତା ସୁରେନ୍ଦ୍ର ପାତ୍ର, ରତ୍ନାକର ବେହେରା, ପ୍ରଫୁଲ ନାୟକ, ଧୀରଜ ପ୍ରଧାନ, ବବଲୁ ମିଶ୍ର ସମେତ ବହୁ କାର୍ଯ୍ୟକର୍ତ୍ତା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ