ବର୍ଷାରେ ଭାସିଲା ହାଇଦ୍ରାବାଦ ସହର

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଞ୍ଚଳରେ୍‌ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ହାଇଦ୍ରାବାଦ ଓଲï ସିଟି ସହ ତଳିଆ ଅଞ୍ଚଳ ଜଳ ମଗ୍ନ ହୋଇ ପଡିଥିଲା । ତେବେ ବର୍ଷା ପରେ ବନସ୍ଥଳୀପୁରମ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଚିନ୍ତଲକୁଣ୍ଡା ଅଞ୍ଚଳରେ ଗୋଟିଏ ଲୋକ ପାଣି ସୁଅରେ ଭାସି ଯାଇଥିଲା ତେବେ ଲୋକେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସହରର ବନସ୍ଥଲିପୁରମରେ ଭାସି ଯାଇଥିବା ଦୁଇ ଜଣ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ପୋଲିସ କହିଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ଲୋକଙ୍କ ଘର ଭିତରକୁ ପଶିଯାଇଥିଲା ବର୍ଷା ପାଣି ବିଭିନ୍ନ ସାହିରେ ପାଣି ପଶିଯିବା ସହ ଦୋକାନ ଗୁଡିକରେ ମଧ୍ୟ ପାଣି ପଶି ଯାଇଥିଲା । ବର୍ଷା ପାଣିର ସୁଅରେ ଏକ ମାଲବାହୀ ଅଟୋ ମଧ୍ୟ ଭାସି ଯାଇଥିଲା ପ୍ରବଳ ବର୍ଷାରୁ ନାଳ ଗୁଡିକରେ ନଦୀ ସୁଅ ଭଳି ପାଣି ଚାଲିଥିଲା ।
ସେହିପରି ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ ପାଣି ଲହରୀ ଭାଙ୍ଗୁଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ