କେନ୍ଦ୍ରପଡା ସାଂସଦଙ୍କ ବିରୋଧରେ ଥାନାରେ ଏତଲା…

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଓ ଜୀବନରେ ମାରିଦେବାକୁ ଧମକ ବିରୋଧରେ ସଂପୃକ୍ତ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୁଧବାର କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ମନ୍ଦିର ଓ ତାହାର ପାରିପାଶ୍ୱର୍ିକ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହିତ ଭିଡିଓକନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସାଢେ ୮କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ଭିଡିଓକନଫରେନ୍ସିଂ ଶେଷହେବା ପରେ ଜିଲ୍ଲାପାଳ,ବିଧାୟକ ଏବଂ ସାଂସଦଙ୍କ ଠାରୁ ମତାମତ ନେଇଥିଲେ । ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଓ.ଟି.ଭି.ର ପ୍ରତିନିଧି ମନୋଜ କୁମାର ସ୍ୱାଇଁକୁ ସାଂସଦ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନେବାକୁ ଡାକିବାରେ ଅନ୍ୟ ଗଣମାଧ୍ୟମ ଓ ଓଟିଭି କ୍ୟାମେରା ସମ୍ମୁଖରେ ଓଟିଭି ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଟାଣି ନେଇ କ୍ୟାମେରା ସମ୍ମୁଖରେ ତାଙ୍କ ମୁହଁ ଦେଖାଇ ତାଙ୍କୁ ଲାଞ୍ଛିତ ଓ ଅପମାନିତ ଭାଷାରେ ଆକ୍ଷେପ କରିଥିଲେ । ଏହାଛଡା ତାଙ୍କ ସମର୍ଥକମାନଙ୍କ ଦ୍ୱାରା ତାଳିମରାଇବା ସହ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ । ଏହାପରେ ଓ.ଟି.ଭି. ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ସମ୍ମାନ ହାନୀ କରିବା ଓ ଶ୍ରୀ ସ୍ୱାଇଁଙ୍କ ସମେତ ତାଙ୍କ କ୍ୟାମେରାମ୍ୟାନକୁ ଧକ୍କାମାରିଥିଲେ ବୋଲି ଶ୍ରୀ ସ୍ୱାଇଁ ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ଶ୍ରୀ ସ୍ୱାଇଁ ଓ ତାଙ୍କ କ୍ୟାମେରାମ୍ୟାନ ଜିଲ୍ଲାପାଳଙ୍କ ଅଫିସ ବାହାରକୁ ଚାଲିଆସିବା ପରେ ସାଂସଦ ଶ୍ରୀ ମହାନ୍ତି ଓ ତାଙ୍କର କେତେକ ଗୁଣ୍ଡାଶ୍ରେଣୀର ସମର୍ଥକ ସାଂସଦଙ୍କ ବିରୋଧରେ କୈାଣସି ସମ୍ବାଦ ପରିବେଷଣ କଲେ ଓଟିଭି ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ଶ୍ରୀ ସ୍ୱାଇଁ ଟାଉନ ଥାନାରେ ଦେଇଥିବା ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ଶ୍ରୀ ସ୍ୱାଇଁ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ