ହାଟଡିହିରେ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହ ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜିବିତ କରିଥାଏ ସାହିତ୍ୟ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଯୋଗଦେଇ ସାମାଜିକ ଅବକ୍ଷୟକୁ ପ୍ରତିହତ କରିବାରେ କବି ଓ ଲେଖକଙ୍କର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତଦେଇଥିଲେ । କବି କବୟତ୍ରୀ ଓ ଲେଖକ ମାନେ ସେମାନଙ୍କ ଲିଖନୀ ମାଧ୍ୟମରେ ସମାଜରୁ କୁସଂସ୍କାରରୁ ଦୁରେଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ଅର୍ଥ ପରାମର୍ଶଦାତା ତଥା ଶକ୍ତିବିଭାଗର ଉପ ଶାସନ ସଚିବ ତରଙ୍ଗିଣୀ ମିଶ୍ର ଯୋଗଦେଇ ସମସ୍ତେ ଲେଖିବା ପାଇଁ ବ୍ୟାକୁଳ ନହୋଇ ପ୍ରଥମେ ଅନ୍ୟମାନଙ୍କ ଲେଖା ଗୁଡିକୁ ପଢ଼ିବା ଅଭ୍ୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହାଦ୍ୱାରା ନିଜେ ଅନେକ ଜ୍ଞାନ ଅହରଣ କରିପାରିବା ବୋଲି ମତବ୍ୟକ୍ତ କରିବାସହ ସାହିତ୍ୟ ହେଉଛି ସମାଜର ଦର୍ପଣ ସଦୃଷ, ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ, ଓ ପରମ୍ପରାକୁ ଉଜ୍ଜିବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ବକ୍ତା ଭାବେ ବନ୍ତ କଲେଜର ପୁର୍ବତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟକୁ ପ୍ରଚାର ପ୍ରସାର କରାଇବାପାଇଁ ସମସ୍ତେ ଉଦ୍ୟମ କରିବା ସହିତ ଆଜିର ଯୁବପିଢ଼ୀଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଗୀତିକାର ସୁବ୍ରତ କୁମାର ସ୍ୱାଇଁ ଯୋଗଦେଇ ଓଡିଆ ଭାଷା ସାହିତ୍ୟକୁ ଉଜ୍ଜିବିତ କରି ରଖିବାପାଇଁ ସାହିତ୍ୟ ସଂସଦ ଗୁଡିକର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟଘରର ମୁଖପତ୍ର ‘ପ୍ରୟାସୀ’ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ସାହିତ୍ୟଘର ପକ୍ଷରୁ ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ସାହିତ୍ୟିକ ରମାକାନ୍ତ ନାୟକଙ୍କୁ ବରିଷ୍ଠ ସାହିତ୍ୟକ ସମ୍ବର୍ଦ୍ଧନା, ଗୟାଧର ପୃଷ୍ଟି ଓ ପତ୍ନୀ ଶକୁନ୍ତଳା ପୃଷ୍ଟିଙ୍କୁ ସମାଜସେବା ସମ୍ମାନ, ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ ନମ୍ବର ରଖିଥିବା ହାଟଡିହି ହାଇସ୍କୁଲର ଛାତ୍ର ସାଇ ରୁଦ୍ରନାରାୟଣ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦ୍ଦେଷ୍ଟା ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଅଧିଶେନରେ ଦାଶରଥି ଜେନା ଓ ସୁବାସ ପାତ୍ର ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ନାରାୟଣ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ଯୋଗାଚାର୍ଯ୍ୟ ବାଇଧର ମୁନି, ଶରତ ରାଉତ, ଅର୍ଜୁନ ଚରଣ ବେହେରା, ଶଙ୍ଖାଳୀ ରାଉଳ, ପ୍ରଭାତୀ ମଞ୍ଜରୀ ପଣ୍ଡା, ଦିପ୍ତୀ ଦେବଦର୍ଶନୀ ସୁତାର, ହାସ୍ୟମୟୀ ରାଜ, ସୁଦାମ ଚରଣ ଜେନା, ଘନଶ୍ୟାମ ବୋଇତେଇ, ପୁର୍ଣ୍ଣଚନ୍ଦ୍ର ସାହୁ, ନରହରି ରାଉତ, ମଙ୍ଗୁଳି ଚରଣ ପୃଷ୍ଟି, ଶଶିକାନ୍ତ ରାଉତ, ଅନନ୍ତ ଚରଣ ମୁଦୁଲି, ଧୁମକେତୁ ଦାସ, ନୀଳମଣି ବାରିକ, ଚନ୍ଦନ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ଜେନା, ବାବନ ଚରଣ ବେହେରା, ଅଭିମନ୍ୟୁ ବସନ୍ତିଆ, ଅକ୍ଷୟ କୁମାର ଜେନା, ନରେନ୍ଦ୍ର ପ୍ରସାଦ ବେହେରା, ଅଭୟ କୁମାର ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସାହୁ ପ୍ରମୁଖ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ସମ୍ବାଦକୀୟ ବିବରଣୀ ପାଠ କରିଥିବାବେଳେ ଉପଦ୍ଦେଷ୍ଟା ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ କିଶୋର ଆଚାର୍ଯ୍ୟ ଉପସ୍ଥିତ ସାହିତ୍ୟିକ ଓ କବି ମାନଙ୍କୁ ସେମାନଙ୍କ ଯୋଗଦାନ ଓ ସହଯୋଗ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସହସମ୍ପାଦକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ମୁରଲୀଧର ବେହେରା, ପ୍ରତିମା ସ୍ୱାଇଁ ପ୍ରମୁଖ ମାନପତ୍ର ପାଠ କରିଥିଲେ । ଏଥିରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକମାନେ ଯୋଗଦେଇ ଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କୁମାର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, କନକ ଲତା ସାହୁ, ପଦ୍ମାବତୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।