ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କେନ୍ଦ୍ରାପଡା କଲେଜର ୨ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨ପୁରାତନ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରାପଡା କଲେଜ ଆଲୁମିନି ଆସୋସିଏସନ ପକ୍ଷରୁ ଉଭୟଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ନରସିଂହପୁର ଗ୍ରାମର ନଳିନୀରଞ୍ଜନ ପଣ୍ଡା ଓ ଶକୁନ୍ତଳା ପଣ୍ଡାଙ୍କ ସୁପୁତ୍ର ପ୍ରଭୁ ପ୍ରସାଦ ପଣ୍ଡା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭ନମ୍ବର ର‌୍ୟାଙ୍କରେ ଓ ପଲେଇ ପଞ୍ଚାୟତର ସବଳଙ୍ଗ ଗ୍ରାମର ନଟବର ପୃଷ୍ଟିଙ୍କ ସୁପୁତ୍ରୀ ହରପ୍ରୀୟା ପୃଷ୍ଟି ୬୨ନମ୍ବର ର‌୍ୟାଙ୍କରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ଜଣେ ସାଧାରଣ କୃଷକ ପରିବାରରୁ ଆସିଥିବା ହରପ୍ରୀୟା ଅଭାବ ଅସୁବିଧାକୁ ସାହସର ସହିତ ମୁକାବିଲା କରି ଏଭଳି ସଫଳତା ପାଇ ପାରିଛନ୍ତି । ଉଭୟ କେନ୍ଦ୍ରାପଡା କଲେଜର ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀ ହୋଇଥିବା ବେଳେ ସେମାନଙ୍କ ଗ୍ରାମର ପ୍ରଥମ ପ୍ରଶାସନିକ ଅଧିକାରୀ ଭାବେ କୃତକାର୍ଯ୍ୟ ହୋଇ ଗୈାରବ ଆଣିଥିବାରୁ ସେହି ଅଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ ପକ୍ଷରୁ ପ୍ରାକ୍ତନ ଛାତ୍ର ଅଧ୍ୟାପକ ଅଜୟ ସାମଲ, ଭଜକୃଷ୍ଣ ରାଉତ, ରାଜେଶ ପଣ୍ଡା, ଅକମଲ ଅଲ୍ଲୀ, ଦୁଷ୍ମନ୍ତ ମଲ୍ଲିକ, ପ୍ରଭାତ ତ୍ରିପାଠୀ, ଦେବେନ୍ଦ୍ର ଦାସ ପ୍ରମୁଖ ସେମାନଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ