ବିଜେପି ତ୍ୟାଗ କରି ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେଡି ରେ ସାମିଲ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ସୁଦୃଢ ହେଉଛି ବିଜୁ ଜନତା ଦଳ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସୁଶାସନ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ପୋଲସରା ବ୍ଲକ ଅନ୍ତର୍ଗତ ବଦପଙ୍କଳବାଡି ପଞ୍ଚାୟତ ର ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗ କରି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରତ୍ନାକର ସ୍ବାଇଁଙ୍କ ନେତୃତ୍ୱରେ ଅକ୍ଟୋବର ୧୩ ତାରିଖ ଦିନ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି । ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମର ଗ୍ରାମ ମଣ୍ଡପରେ ଅନୁଷ୍ଠିତ ବିଜୁ ଜନତା ଦଳର ମିଶ୍ରଣ ପର୍ବରେ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁ ଙ୍କ ନେତୃତ୍ୱରେ ସଞ୍ଜୟ ପ୍ରଧାନ, ନିଳାମ୍ବର ମିଶ୍ର, ରୁନୁ ପ୍ରଧାନ, ସୁର୍ଯ୍ୟ ନାରାୟଣ ମିଶ୍ର, ଲିଲି ମିଶ୍ର, ସବିତା ମାଝୀ, ଝୁନୁ ଗୌଡ଼, ସୁକାନ୍ତି ପ୍ରଧାନ, ରିନା ଗୌଡ଼, ସନ୍ୟାସୀ ମାଝୀ, ସୁରେଶ ଚନ୍ଦ୍ର ପ୍ରଧାନ, ମିଟୁ ପ୍ରଧାନ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ବିଜେପି ନେତା, କର୍ମୀ ଓ ସମର୍ଥକ ବିଜେପି ତ୍ୟାଗକରି ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତିରେ ବିଜେଡ଼ି ରେ ସାମିଲ ହୋଇଥିଲେ । ବିଜେଡିର ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଗ୍ରହଣ କରାଗଲା ବୋଲି ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ସ୍ଥାନୀୟ ସରପଞ୍ଚ ରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ