ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ବ୍ଲକର ସାନଜରିଆ ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଏକ ମହମବତୀ ମଶାଲ ଶୋଭାଯାତ୍ରାରେ ବାହାରି ଭାରତ ମାତାଙ୍କ ପ୍ରତିକୃତି ପ୍ରତିଗ୍ରାମେ ଗ୍ରାମେ ବିଜେ ଅଧିଷ୍ଠାତ୍ରୀ ଗ୍ରାମଦେବୀ ପୀଠମାନଙ୍କରେ ଆଲୋକ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରି ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀ କିଷାନମାନଙ୍କୁ କେନ୍ଦ୍ରୀୟ ଗୃହରାଜ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ରରେ ତାଙ୍କ ପୁଅ ଅଜୟ ମିଶ୍ରଙ୍କ ଗାଡିଦ୍ୱାରା ଅମାନବୀୟ ଅକ୍ରମଣରେ ଶହୀଦ୍ ହୋଇଥିବା ପାଞ୍ଚଜଣ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ସେମାନଙ୍କ ଅମରଆତ୍ମାର ସଦ୍‌ଗତି କାମନା କରାଯାଇଛି । ଏହି ଅବସରରେ କେନ୍ଦ୍ରୀୟ ଗୃହରାଜ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ସହିତ ଅଭିଯୁକ୍ତ ପୁଅ ସମେତ ସମସ୍ତ ଦୋଷୀଙ୍କୁ କଠୋରତମ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ସାନଜରିଆ ଧାନମଣ୍ଡି ବିକ୍ରେତା କୃଷକ ସଂଘର ଚାଷୀ ସହଦେବ ଦାସ, ଶତୃଘନ ରାଉତ, ସୁକାନ୍ତ ସାହୁ, ପ୍ରେମାନନ୍ଦ ମଳିକ, ହରେକୃଷ୍ଣ ବାରିକ, ହରିହର ବେହେରା, ଗୁରୁଚରଣ ବାରିକ, ଶିଶିର ବାରିକ, ବିମ୍ବଭାନୁ ଦାସ, ନିରଞ୍ଜନ ମଳିକ, ବ୍ରହ୍ମାନନ୍ଦ ବାରିକ, ରାମଚନ୍ଦ୍ର ପରିଡା ପ୍ରମୁଖ ବକ୍ତାମାନେ ଦାବି ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ