କୋରୋ ପଞ୍ଚାୟତରେ କରୋନା ଟୀକାକରଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତରେ କରୋନା ଟୀକାକରଣ କେନ୍ଦ୍ର ଗତ ୯ତାରିଖରେ ଆରମ୍ଭ ହୋଇଛି । କୋରୋ ପଞ୍ଚାୟତ ସଭାପତି ଅଶୋକ କୁମାର ବରାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଗ୍ରାମର ସ୍ୱେଛାସେବୀ ବିଜୟ ମହାନ୍ତି, ଦିଲ୍ଲିପ କୁମାର ରାଉତ, ଜୟ ପ୍ରକାଶ ବରାଳ, ଆଦିତ୍ୟ ନାରାୟଣ ବରାଳ, ହୃଷିକେଶ ସେଠି, ମଳୟ ସାହୁ, ସୁରେଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଟୀକାକରଣ କେନ୍ଦ୍ରରେ ୮ଶହ ଲୋକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଏଥିନିମନ୍ତେ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି ।


