ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ, ଶରତ କୁମାର ବେଜ, ମଞ୍ଜୁଲତା ପାତ୍ର, ଡ଼.ସୂଦୀପ୍ତା ପଣ୍ଡା, ଡ଼.ବିକାଶ ପ୍ରସାଦ, ସମ୍ବିତ ସ୍ଥିତପ୍ରଜ୍ଞା ସାହୁ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ସୁସ୍ଥ ନିରାମୟ ଜୀବନ ଯାପନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେମାନଙ୍କୁ ଯୋଗାଶିକ୍ଷା ଦିଆ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ସେହିପରି ‘ଏକ ପେଡ ମା କି ନାମ’ କାର୍ଯ୍ୟକ୍ରମ ଜରିଆରେ ବ୍ଲକ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏସ.ପ୍ରତୀକ ଆନନ୍ଦ ଓ ରାଜେଶ ସାହୁ, ସୁଦର୍ଶନ ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


