ଯୁବକଙ୍କୁ ଆକ୍ରମଣ ପରେ ଲୁଟ୍ ଘଟଣା: ଜଣେ ଗିରଫ

ଦିଗପହଣ୍ଡି (ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥ ରେ ବାଇକ ଅଟକାଇ  ବୁଗୁଡ଼ା ଥାନା କଞ୍ଚୁରୁ ଗ୍ରାମର ଡି.ରଞ୍ଜିତ ପାତ୍ର ଙ୍କ ଠାରୁ ମଙ୍ଗଳବାର ରାତି ପ୍ରାୟ ସାଢେ ୯ ଟାରେ ୫ ଜଣ ଦୁର୍ବୃତ୍ତ ମାଡ଼ ମାରି ତାଙ୍କ ହାତରୁ ୩୦ ଗ୍ରାମ ଓଜନର ରୂପା ବ୍ରାସଲେଟ୍ ଏବଂ ୯,୭୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ତଥା ଏସ.ଆଇ ମହାପ୍ରସାଦ ମହାନ୍ତି ଜଣେ ଅଭିଯୁକ୍ତ ଙ୍କୁ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଗିରଫ କରି ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ପି.ବାବୁ ପାତ୍ର(୧୮)। ଥାନା ମାମଲା ନଂ.୪୧୭/୨୬ ବିଏନଏସ ର ଦଫା- ୩୧୦(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ଏହି ରାହାଜାନି ଲୁଟ୍  ଘଟଣା ରେ ସମ୍ପୃକ୍ତ ୩ ନାବାଳକ ଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି) ରେ ହାଜର କରାଯିବା ପରେ ଉଭୟଙ୍କୁ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ରଞ୍ଜିତ ଙ୍କ ରୂପା ବ୍ରାସଲେଟ୍ ଜବତ କରାଯାଇଛି। ଗତ ମଙ୍ଗଳବାର  ରଞ୍ଜିତ ବାଇକ ରେ ତାଙ୍କ ଶ୍ବଶୁର ଘର ଗାଁ ଚୁଡୁଙ୍ଗପୁର କୁ ବୁଲି ଆସିଥିଲେ। ଗାଁ ର ହାଇସ୍କୁଲ ପାଖରେ ପୂର୍ବ ଯୋଜନା ପ୍ରକାରେ  ପି.ବାବୁ ପାତ୍ର ବାଇକ ଅଟକାଇ ପାଖରେ ଥିବା ୨ ଜଣ ଅଚିହ୍ନା ଯୁବକ ଙ୍କୁ ସାହସପୁର ଗାଁ ନିକଟରେ ଛାଡ଼ିଦେବା କୁ ଅନୁରୋଧ କରିଥିଲେ।ରଞ୍ଜିତ ୨ ଜଣଙ୍କୁ ବାଇକ ରେ ବସାଇ ସାହସପୁର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପିଛା କରି ଅନ୍ୟ ଏକ ବାଇକ ରେ ୨ ଜଣ ଯୁବକ ତାଙ୍କୁ  ରାସ୍ତାରେ ଅଟକାଇ ଥିଲେ। ୪ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ରଞ୍ଜିତ ଙ୍କୁ ମାଡ଼ ମାରି ତାଙ୍କ ହାତରୁ ରୂପା ବ୍ରାସଲେଟ୍ ଛଡାଇ ନେବା ସହ ତାଙ୍କ ପ୍ୟାଣ୍ଟ ପକେଟ ରୁ ୯,୭୦୦ ଟଙ୍କା ଲୁଟି ନେଇ ତାଙ୍କ ବାଇକ ଛଡାଇ ନେବାକୁ ଉଦ୍ୟମ କରିଥିଲେ।ସେ ପାଟି କରିବାରୁ ସେମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ବାଇକ ଯୋଗେ ଚମ୍ପଟ ମାରିଥିଲେ।ରଞ୍ଜିତ ଶ୍ବଶୁର ଘରେ ପହଞ୍ଚି ସମସ୍ତ ଘଟଣା କହିବା ପରେ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସ.ଆଇ ମହା ପ୍ରସାଦ ମହାନ୍ତି ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ