ବାଇକ ଡିକିରୁ ୪ ଲକ୍ଷ ଗାଏବ

ଚିକିଟି-(ଯୁଗାବ୍ଦ ନ୍ୟୁଜ)-କେ ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଅଞ୍ଚଳରେ ବୁଧବାର ଜଣେ ବ୍ୟକ୍ତି ଙ୍କ ଗାଡି ଡିକିରୁ ୪ଲକ୍ଷ ଟଙ୍କା ଗାଏବ ହେଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶିତ ଯେ, ଚିକିଟିଗଡ ନିବାସୀ ଅବସରପ୍ରାପ୍ତ ରାଜସ୍ବ ନିରକ୍ଷକ ଉଲ୍ଲାସ ଗୌଡ଼। ବୁଧବାର ଆନ୍ଧ୍ର ବ୍ୟାଙ୍କ ସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ୪ ଲକ୍ଷ ଡ୍ର କରି ବ୍ୟାଗ ରେ ପୁରାଇ ନିଜ ବାଇକ ଡିକି ରେ ରଖିଥିଲେ।ପରେ ଚିକିଟି ପେଣ୍ଠ ରେ ଅଳ୍ପ ସମୟ ରହିବା ପରେ ଚିକିଟି ଗଡରେ ଥିବା ରାଜସ୍ବ ନିରକ୍ଷକ କଯ୍ୟାଳୟ ଓ ତହସିଲ ଅଫିସ କୁ ଯାଇ ଘରକୁ ଫେରିଥିଲେ। ଘରନିକଟ କୁ ଆସି ଦେଖିଲା ବେଳକୁ ତାଙ୍କ ଗାଡି ଦିକି ଭଙ୍ଗା ହୋଇଥିବା ଜଣାପଡିଛି। ପରେ ସେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି କେ ନୂଆଗାଁ ଥାନା ଅଧିକାରୀ ଓ ଚିକିଟି ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏନଏସି ର ବିଭିନ୍ନ ସିସି ଟିଭି ରେ ଦେଖିଥିଲେ। ଘଟଣା କୁ ନେଇ ପୋଲିସ ର ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ