ଗଜପତିରେ ପ୍ରଶାନିକ ଦୃଷ୍ଟି ଆଢୁଆଳରେ ଓଡିଆ ଭାଷା, ଅପଭ୍ରଂଶ କରି ଲେଖା ଯାଉଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଏକ ମାତ୍ର ଏନ୍ଏସି ହେଉଛି କାଶୀନଗର । ଏଠାରେ ଓଡିଆ ଭାଷାକୁ ଉପଯୁକ୍ତ ସମ୍ମାନ ମିଳୁନଥିବା ଜଣାପଡିଛି । ଏଠାରେ ସରକାରୀ ଦପ୍ତରଗୁଡିକର ନାମଫଳକ ଓ ସରକାରୀ ଯୋଜନାର ବିଜ୍ଞାପନ ଗୁଡିକୁ ବାଦ ଦେଲେ ଅନ୍ୟତ୍ର କୋଚିତ ଓଡିଆ ଭାଷାର ବ୍ୟବହାର ଦେଖିବାକୁ ମିଳେ । ସ୍ଥାନୀୟ ପ୍ରଶାସନ ବି ଓଡିଆ ଭାଷାର ଆବିକୃତ୍ତ ବ୍ୟବହାର ଦେଇଥିବା ଭଳି ମନେ ହୁଏ ନାହିଁ । ସହରାଞ୍ଚଳ ଶ୍ରମ ଭିତ୍ତିକ କର୍ମନିଯୁକ୍ତ ଯୋଜନା ଅଧୀନରେ ବ୍ଲକ ସିଏଚ୍ସି ଛକ ନିକଟସ୍ଥ ରୋଡ ଆୟଲାଣ୍ଡ ସୌନ୍ଦର୍ଯ୍ୟ କରଣ ଖର୍ଚ୍ଚ ଅଟକଳ ଦର୍ଶାଇବା ସକାଶେ ଲାଗିଥିବା ଫଳକ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ,କାଶୀନଗର ଏନ୍ଏସି ତରଫରୁ ଏହି ଫଳକ ସହର ଭିତର ମୁଖ୍ୟ ରାସ୍ତା କଡରେ ଲାଗିଛି ।


