ପୁଣି ଗୋ ବୋଝେଇ ପିକ୍‌ଅପ୍‌ ଜବତ, ୬ ଗୋରୁ ଉଦ୍ଧାର

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଚଢ଼ାଉ ପରେ ଚଢ଼ାଉ, ଗାଡ଼ି ପରେ ଗାଡ଼ି ଜବତ, ଗୋରୁ ପରେ ଗୋରୁ ଉଦ୍ଧାର। ତଥାପି ଅଞ୍ଚଳରେ ଗୋ ଚୋରାଚାଲାଣ ଥମିବାର ନାଁ ନେଉନାହିଁ। ପୁଣି ଏକ ଗୋ ବୋଝେଇ ପିକ୍‌ଅପ୍‌ ଜବତ ଘଟଣା ଏବେ ଚାଲାଣକାରୀଙ୍କ କାର୍ଯ୍ୟକଳାପକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଏସ୍‌ଡିପିଓ ନବକୃଷ୍ଣ ନାଏକ ଓ ଯଶିପୁର ଥାନା ଅଧିକାରୀ ରାଜେଶ ସେଠୀଙ୍କ ନେତୃତ୍ୱରେ ପୁଲିସ ଟଙ୍ଗାବିଲା ଅଞ୍ଚଳରେ ଚଢ଼ାଉ କରି ୬ଟି ଗୋରୁ ସହ ଓଡି 05- ଟି -1370 ନମ୍ବରର ଏକ ପିକ୍‌ଅପ୍‌ ଗାଡ଼ି ଜବତ କରିଛି। ଘଟଣାକୁ ନେଇ ଯଶିପୁର ଥାନାରେ କେସ୍‌ ନମ୍ବର ୩୧୩/୨୦୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ପ୍ରଶ୍ନ ଉଠୁଛି—ବାରମ୍ବାର ଗାଡ଼ି ଜବତ ହେଉଛି, ଗୋରୁ ଉଦ୍ଧାର ହେଉଛି, ମାମଲା ରୁଜୁ ହେଉଛି; ତା’ପରେ ମଧ୍ୟ ଚୋରାଚାଲାଣକାରୀଙ୍କ ମନରେ ପୁଲିସର ଭୟ କାହିଁକି ସୃଷ୍ଟି ହେଉନାହିଁ? ପୁଣିପୁଣି ସମାନ ଧରଣର ଘଟଣା ସାମ୍ନାକୁ ଆସିବା ଗୋ ଚୋରାଚାଲାଣ ଉପରେ ଅଧିକ କଠୋର ଓ ମୂଳକୁ ପହଞ୍ଚିଥିବା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛି। ବାରମ୍ବାର ଚଢ଼ାଉ କରାଯାଇ ଗାଡ଼ି ଜବତ ହେଉଛି, ଗୋରୁ ଉଦ୍ଧାର ହେଉଛି ଏବଂ ମାମଲା ମଧ୍ୟ ରୁଜୁ ହେଉଛି। ତଥାପି ଗୋ ଚୋରାଚାଲାଣ ଥମୁନଥିବାରୁ ଚୋରାଚାଲାଣକାରୀଙ୍କ ଉପରେ ଅଧିକ କଠୋର ଓ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନେଇ ପ୍ରଶ୍ନ ଉଠୁଛି। କେବଳ ଗାଡ଼ି ଜବତ ଓ ମାମଲା ରୁଜୁରେ ସୀମିତ ନରହି, ଏହି ଚାଲାଣ ପଛରେ ଥିବା ମୁଖ୍ୟ ବ୍ୟକ୍ତି ଓ ସମଗ୍ର ଚକ୍ରକୁ ଚିହ୍ନଟ କରି ଆଇନର ପରିସରକୁ ଆଣିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ