ଗୁରାଣ୍ଡିରେ ନୂତନରାଜସ୍ୱ ନିରୀକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଆର୍‌ଆଇ ସର୍କଲରେ ନୂତନ ଆର୍‌ଆଇଭାବେ ଧନ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ନୂଆଗଡ ବ୍ଲକ ଠାରେ କାର୍ଯ୍ୟରତଥିଲେ । ଏଠାରେ କାର୍ଯ୍ୟରତ ଆର୍‌ଆଇ ସାଗର ରାଜ ଦଳାଇଙ୍କୁ ମୋହନା ବ୍ଲକକୁ ବଦଳି ହୋଇଥିବାର ଜଣାପଡିଛି । ସାଗର ରାଜ ଦଳାଇ ନୂତନ ଆର୍‌ଆଇ ଧନ ସେଠୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସେଠୀ କହିଛନ୍ତି ଯେ, ଲୋକଙ୍କ ବିଭିନ୍ନ କାମକୁ ଅଗ୍ରାଧିକାର ଦିଆଯାଇ ସମସ୍ତ କାର୍ଯ୍ୟ କିପରି ସୁରୁଖୁରୁରେ ସମ୍ପାଦନ ହେବ ତାକୁ ନେଇ କାମ କରିବି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବତନ ଆର୍‌ଆଇ ଶ୍ରୀ ଦଳାଇ ଦକ୍ଷ, ନିଷ୍ଠାପର, ଲୋକଙ୍କୁ ସଦ୍ ବ୍ୟବହାର କରି ଏହି ଗୁରାଣ୍ଡି ରାଜସ୍ୱ ଅଞ୍ଚଳରେ ବହୁ ଖ୍ୟାତି ଅର୍ଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ