ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ, ଦମ୍ପତ୍ତି ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ରାଇପଙ୍କା ଗ୍ରାମାଞ୍ଚଳରେ ଯାନବାହନ ଯାଞ୍ଚବେଳେ ଗଞ୍ଜେଇ ଜବତ କରାଯାଇଥିବାର ଜଣାପଡିଛି । ଗତକାଲି ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଅଡବା ପୋଲିସ ଟିମ୍ ପେଟ୍ରୋଲିଂ ସମୟରେ ଏକ ମାରୁତି ୱାଗେନାର କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହାକୁ ଓଜନ କରିବାରୁ ତାହା ୫୮.୩୦୦କେଜି ବୋଲି ଜଣାପଡିଥିଲା । ଏହା ସହ ଘଟଣାରେ ସମ୍ପୃକ୍ତ କାରରେ ଥିବା ଦମ୍ପତ୍ତିଙ୍କୁ ଗିରଫ କରାଯାଇ ଘଟଣାରେ ବ୍ୟବହୃତ କାର (ଡିଏଲ୍‌୭ସିଏଚ୍‌୨୧୧୩ )କୁ ଜବତ ମଧ୍ୟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଗିରଫ ଦମ୍ପତ୍ତି ହେଲେ ମୁନ୍ନା ସେନାପତି ଏବଂ ତାଙ୍କ ପତ୍ନୀ ଲଳିତା ସେନାପତି । ଏହା ସହ ସେମାନଙ୍କ ଠାରୁ ଦୁଇଟି ମୋବାଇଲ, ନଗଦ ୪୦୦ଟଙ୍କା ମଧ୍ୟ ଜବତ କରାଯାଇଥିବାର ଅଡବା ଥାନା ସୂତ୍ର୍‌ରୁ ପ୍ରକାଶ । ଏନେଇ ଅଡବା ଥାନାରେ ୧୧୪/୨୧ରେ ଏନ୍‌ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ