ପାରଳାରେ ମାଁ କାଞ୍ଚି କାମାକ୍ଷୀଙ୍କ ୧୩ତମ ବାର୍ଷିକ ପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମାଟିଆ ସାହି ଠାରେ ନିରାଡମ୍ବର ଭାବେ ମାଁ କାଞ୍ଚିକାମାକ୍ଷୀଙ୍କ ୧୩ତମ ବାର୍ଷିକ ପୂଜା ପାଳିତ ହେଉଛି । ଏହି ପୂଜା ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହି ପୂଜା ସ୍ୱର୍ଣ୍ଣକାରମାନଙ୍କ ଇଷ୍ଟଦେବୀ ଅଟନ୍ତି । ଏହା ତାମିଲନାଡୁର ଚେନ୍ନାଇ ଆଦି ପ୍ରମୁଖ ସ୍ଥାନରେ ବେଶ୍ ଲୋକପ୍ରିୟ ପୂଜା ଅଟେ । ଏହା ମାଁ ଦୁର୍ଗାଙ୍କ ଅନ୍ୟ ଏକ ରୂପ ଭାବେ ବିବଚନା କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଜା ପାଠ କରିଥାନ୍ତି । ପାରଳା ସହର ଏକ ଦ୍ୱିଭାଷୀ ସହର । ପ୍ରାୟତଃ ଦକ୍ଷିଣ ଭାରତର ସଂସ୍କୃତି ପୂଜାର୍ଚ୍ଚନା ଗୁଡିକୁ ପାଳନ କରାଯାଇଥାଏ । ଦ୍ୱିଭାଷୀ ଅଞ୍ଚଳ ହେଲେ ମଧ୍ୟ ଏଠାରେ ଭାଇଚାରା ସମଭାବ ଦୃଷ୍ଟିସମ୍ପନ୍ନ ହୋଇଥିବାରୁ ଉଭୟ ଓଡିଆ ତେଲୁଗୁ ଲୋକେ ଏପରି ପୂଜାରେ ଏକତ୍ରୀତ ଭାବେ ସାମିଲ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହି ପୂଜା କମିଟିର ମୁକ୍ଷ କେ.ରବି କୁମାର ଆଚାରୀ କହିଛନ୍ତି, ପାରଳାଖେମୁଣ୍ଡି ସହରରେ ବସବାସ କରୁଥିବା ଶହ ଶହ ସ୍ୱର୍ଣ୍ଣକାରମାନେ ବିଶେଷ ଭାବେ ଯୋଗଦେଇ କୋଭିଡ୍ ନିୟମ ମୁତାବକ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ