ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କ ସ୍ୱାସ୍ଥ୍ୟ ସଚେତନ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପଞ୍ଚାୟତ ସ୍ତରୀୟ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବ୍ଲକ ର ଏପିଓ ତ୍ରିନାଥ ନାୟକ ଯୋଗ ଦେଇଥିବା ବେଳେ ଆଇ ସି ଡି ଏସ ସୁପରଭାଇଜର କୁମାରୀ ପ୍ରମିଳା ପ୍ରଧାନ, ବିପି ଏମ ପିଣ୍ଟୁ କୁମାର ନାୟକ (ଓଏଲଏମ୍),ଏ ଏନ ଏମ୍ ସୁଧାମୟୀ ମହାମଲ୍ଲିକ ଓ ଆମ ଗାଁ ଅନୁଷ୍ଠାନ ର ସମ୍ପାଦକ କିଶୋର ବଳିଆର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ କର୍ମଶାଳା ରେ ଯୋଗଦେଇଥିବା ଅତିଥି ମାନେ ଅଞ୍ଚଳରେ ଘଟୁଥିବା ପୃଷ୍ଟି ହୀନତା, କମ ବୟସ ରେ ବିବାହ କରିବା ଦ୍ୱାରା ଘଟୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଜନ୍ମ କରିବା ଓ ଗର୍ଭ ଧାରଣ ର ବ୍ୟବଧାନ ,କମ ଓଜନ ର ଶିଶୁ ଜନ୍ମ ହେବା ର ଆଶୁ ସମାଧାନ ପାଇଁ ବିଭିନ୍ନ ବିଷୟରେ ଆଲୋକ ପାତ କରିଥିଲେ। ଏତଦ ବ୍ୟତୀତ ‘ମୋ ଉପକାରୀ’ ବଗିଚା ତଥା ମା ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଗଦାପୁର ପଞ୍ଚାୟତ ର ଶତାଧିକ ମହିଳା ଯୋଗ ଦେଇଥିବା ବେଳେ ମା ଗୃହର ଏଲହେଚଏ ବବିତା ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ