ପଦୋନ୍ନତି ପାଇଲେ ୮୧ଜଣ ଶିକ୍ଷକ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଶିକ୍ଷା ବିଭାଗର ଅନୁମୋଦନ କ୍ରମେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକଙ୍କ ମଧ୍ୟରୁ ୮୧ ଜଣ ବିଭିନ୍ନ ବର୍ଗର ଯୋଗ୍ୟ ବିବେଚିତ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ବ୍ଳକ୍ ରେ ପ୍ରାଥମିକ ପ୍ରଧାନ ଶିକ୍ଷକ ଭାବେ ୩୧ ଜଣ, ଗ୍ରାଜୁଏଟ୍ ଆର୍ଟସ୍ ରେ ୩୬ ଜଣ, ଗ୍ରାଜୁଏଟ୍ ବିଜ୍ଞାନରେ ୮ ଜଣ, ଲେବଲ୍ ୩ କୁ ତିନିଜଣ ଏବଂ ଲେବଲ୍ ୫କୁ ତିନିଜଣ ଶିକ୍ଷକ ପଦନ୍ନୋତି ପାଇଛନ୍ତି ଓ କିନ୍ତୁ ଏହି ଶିକ୍ଷକଙ୍କ ପଦୋନ୍ନତି ସତ୍ତ୍ୱେ ବ୍ଳକ୍ ର ଅଧିକାଂଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇପାରିନାହିଁ ଓ ବିଭିନ୍ନ ମହଲରେ ଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶଙ୍ଖନାଦ ସେନାପତି,ସମ୍ପାଦକ ବାଳକୃଷ୍ଣ ସାବତ ,ଜିଲ୍ଲା ସଦସ୍ୟ ସନ୍ତୋଷ କୁମାର ପଟ୍ଟନାୟକ,ପବିତ୍ର ଶତପଥୀ ,ନୀଳକଣ୍ଠ ନନ୍ଦ ,ସୁବ୍ରତ ପାତ୍ର ପ୍ରମୁଖ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ,ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସବିତା କୁମାରୀ ମଲ୍ଲିକ,ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥ, କନିଷ୍ଠ କିରାଣୀ କମଳ ଲୋଚନ ଦୋରାଙ୍କ ସମେତ ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ