ଗୋବରାରେ ଶ୍ରୀରାମ ଚରିତ ମାନସ ପାରାୟଣ ଆରମ୍ଭ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ) : ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଶୁକ୍ରବାର ଠାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଆରମ୍ଭ ହୋଇଯାଇଛି I ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ପୂର୍ବାହ୍ନ ଆଠ ଘଣ୍ଟା ଠାରୁ 12 ଘଣ୍ଟା ପର୍ଯ୍ୟନ୍ତ ଶ୍ରୀରାମଚନ୍ଦ୍ରଙ୍କ ପୂଜା, ପାରାୟଣ ଏବଂ ହନୁମାନ ଚାଳିଶା ପଠନ କରାଯିବା ସହିତ ସନ୍ଧ୍ୟା ସାତ ଘଣ୍ଟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି କାର୍ଯ୍ୟକ୍ରମରେ ପ୍ରବଚିକା ଭାବେ ଉତ୍କଳ ମୀରା କମଳ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ତାଙ୍କର ସହଯୋଗୀ ଭାବେ ସ୍ନେହଲତା ପାତ୍ର ଓ ଅଭୀପ୍ସା ସାହୁ ଯୋଗ ଦେଇଛନ୍ତି I ସମସ୍ତ କାର୍ଯ୍ୟକ୍ରମକୁ ଗୋବରା ଗ୍ରାମବାସୀ ପରିଚାଳନା କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ